Spread the love

ମାଗଣାରେ ଆଧାର ଅପ୍‌ଡେଟ୍‌ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପଞ୍ଚମ ଥର ପାଇଁ ବଢ଼ାଇଛନ୍ତି। ଚଳିତ ମାସ ୧୪ରେ ସମୟ ସୀମା ଶେଷ ହେଉଥିବା ବେଳେ ତାହାକୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ତିନି ମାସିଆ ଓ ୬ ମାସିଆ ମହଲତ ବୃଦ୍ଧି କରାଯାଉଥିଲା। ଏଥର କିନ୍ତୁ ବର୍ଷେ ପାଇଁ ସମୟ ସୀମାକୁ ବଢ଼ାଯାଇଛି।

ଯେଉଁ ଲୋକମାନେ ୧୦ ବର୍ଷ ପୂର୍ବରୁ ଆଧାର କାର୍ଡ କରାଇଛନ୍ତି, ସେମାନଙ୍କୁ ବିବରଣୀ ଅପ୍‌ଡେଟ୍‌ କରିବା ଲାଗି ୟୁଆଇଡିଏଆଇ ସୁଯୋଗ ଦେଇଛି। ଯେଉଁମାନେ ୧୦ ବର୍ଷ ଭିତରେ କେବେବି କାର୍ଡ ଅପ୍‌ଡେଟ୍‌ କରିନାହାନ୍ତି, ସେମାନଙ୍କୁ ଏହି ସୁଯୋଗ ଦିଆଯାଇଛି। ମାଗଣାରେ କେବଳ ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ ଭଳି ବିଷୟକୁ ଅପ୍‌ଡେଟ୍‌ କରିହେବ। କିନ୍ତୁ ମୋବାଇଲ୍ ନମ୍ବର କେବଳ ଆଧାର କେନ୍ଦ୍ରଗୁଡ଼ିକରେ ଅପ୍‌ଡେଟ୍‌ ହୋଇପାରିବ।

Leave a Reply

Your email address will not be published. Required fields are marked *