Spread the love

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବଳଦେବଜୀଉ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ

ଢେଙ୍କାନାଳ, ତା ୦୪.୦୬.୨୦୨୩ – ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବଳଦେବଜୀଉ ଭଳନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ ଅନୁଷ୍ଠିତ ହୋଇଯାଇଅଛି । ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ । ଗାୟକ ରଞ୍ଜିତ କୁମାର ହୋତା- ‘ତୁମରି ନାମରେ ସକାଳ ଆରମ୍ଭ’, ପୂର୍ଣ୍ଣଚନ୍ଦ୍ର ପାତ୍ର -‘ଭକତି ପ୍ରଦୀପ’, ସ୍ମିତାରାଣୀ ନନ୍ଦ- ‘ଶୁଆ କହେ ରାମ ନାମ, ଶାରୀ କହେ ମୋହନ’, ବିଷ୍ଣୁପ୍ରିୟା ହୋତା- ‘ମୋ ପ୍ରଭୁ ଜଗନ୍ନାଥ’, ରଶ୍ମିରଞ୍ଜନ ସାହୁ -‘ଚନ୍ଦନ ମାଖୁ’, ଉତମ ଦାସ- ‘କଳା ସାଆନ୍ତେ’ ଭଜନ ପରିବେଷଣ କରିଥିବାବେଳେ, ତାବଲିଷ୍ଟ ଭାବେ ସତ୍ୟାନନ୍ଦ ନାୟକ, ଅଶୋକ ଦଳେଇ ସହଯୋଗ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ ମହାରଣା, କୈଳାସ ଚନ୍ଦ୍ର ବେହେରା, ଦୁର୍ଗାମାଧବ ଶତପଥୀ, ସୁବ୍ରତ ଜେନା, ଗନ୍ଧର୍ବ ସେଠୀ, ପ୍ରତ୍ୟୁଷା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ । ଲକ୍ଷ୍ମୀଧର ଅର୍ଗାନ ବାଦ୍ୟରେ ସହଯୋଗ କରିଥିଲେ । ଏହି ଭଜନକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *