Spread the love

ନଅଦିନ ଧରି ଚାଲିଥିବା ଶ୍ରୀମଦ ରାମ ଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ମହାଆଡମ୍ବରେ ପାଳିତ

ଅନୁଗୋଳ:ଵଅଁରପାଳ ବ୍ଲକ୍ କାଣ୍ଡସର ଗ୍ରାମ ପଞ୍ଚାୟତର ଶ୍ରୀରାମ ମଣ୍ଡପ ଠାରେ ଶ୍ରୀମଦ ରାମ ଚରିତ ମାନସ ପରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।୩୨ ତମ ରାମ ଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ପାରାୟଣ ପରିଷଦ ଓ କାଣ୍ଡସର ଗ୍ରାମବାସୀ ଙ୍କ ଆନୁକୁଲ୍ୟରେ ସ୍ଥାନୀୟ ଭାଗବତ ପ୍ରେମୀ, ଭକ୍ତ ଓ ଭାବୁକ ମାନଙ୍କ ସହଯୋଗ ଓ ପ୍ରଚେଷ୍ଟାରେ ସମାପନ ହୋଇଯାଇଛି।ଏହା ୦୩,୦୫,୨୦୨୬ ରିଖ ରବିବାର ଠାରୁ ତା ୧୧,୦୫,୨୦୨୬ ରିଖ ପର୍ଯ୍ୟନ୍ତ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁ ଙ୍କ ପବନ ଲୀଳା ଓ କୀର୍ତ୍ତି ସମ୍ବଳିତ ଗୋସ୍ୱାମୀ ସନ୍ଥ ତୁଳସୀ ଦାସ ଜୀ ମହାରାଜ ଙ୍କ ବିରଚିତ ଶ୍ରୀମଦ୍ ରାମଚରିତ ମାନସ ମହାଗ୍ରନ୍ଥାନୁ ମୋଦିତ ନବମ ଦୀପ ବ୍ୟାପି ପ୍ରବଚନ ଜ୍ଞାନଯଜ୍ଞ କଥାବୃତ ଚାଲିଥିଲା।ଏଥିରେ ବିଶିଷ୍ଟ ସାଧୁ ,ସନ୍ଥ, ଜ୍ଞାନୀ, ଗୁଣି ପ୍ରବଚକ ବ୍ୟାସ ଶ୍ରୀ ମୈଥିଳି ଦାସ ମହାରାଜ,ପଣ୍ଡିତ ବସନ୍ତ ବିଶୋଇ, ପଣ୍ଡିତ ବସନ୍ତ ପଣ୍ଡା ଓ ପଣ୍ଡିତ ସୂର୍ଯ୍ୟକାନ୍ତ ରଥଶର୍ମା ରାମାୟଣ ଧର୍ମ, ଆଦର୍ଶ, ଜ୍ଞାନ ଭକ୍ତି ଓ ତତ୍ତ୍ଵ ଦର୍ଶନ ସମ୍ପର୍କିତ ବିଶଦ ଆଲୋଚନା ମାନ ଉପସ୍ଥାପନ କରାଯାଇଥିଲା। ।ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବକୁ ମିଳିଛି।ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏଥିରେ ଆର୍ଥିକ ସହାୟତା ସହ ନଅଦିନ ଧରି ଅକ୍ଲାନ୍ତ ପରିଶ୍ରମ କରି ସଫଳ କରିଥିବା ବ୍ୟକ୍ତି ବିଶେଷକୁ ଫଟୋଚିତ୍ର ସହ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏଥିରେ ରାମଚରିତ ମାନସପାରାୟଣ ପରିଷଦର ସଦସ୍ୟଗଣ ତଥା ପ୍ରତାପ ପ୍ରଧାନ,ରଞ୍ଜନ ନାୟକ,ବଳଭଦ୍ର ପ୍ରଧାନ,ବାବୁଲା ସାହୁ,ମାନସ ପ୍ରଧାନ,ଗୋବିନ୍ଦ ସାହୁ,ରାମ ପ୍ରଧାନ ,ଭଜନ ସାହୁ, ପ୍ରଦୀପ ପ୍ରଧାନ,ପ୍ରଶାନ୍ତ ,ବାପି ,ସତ୍ୟ ,ହାପି,କେ.ଡି ଭାଇ ,ନଳିନୀକାନ୍ତ ବଳ,ପଞ୍ଚୁ ,ଲିଟୁ ,ଅଲେଖ ଭାଇ ,ନବ ବାବୁ,ସୁଲଭ ସାହୁ,ପ୍ରଶାନ୍ତ ଦାସ,ଆକାଶ,ଗଗନ,ଶରତ ପ୍ରଧାନ,ଶ୍ରୀକାନ୍ତ ସାହୁ,ସଞ୍ଜୟଙ୍କ ସହ କାଣ୍ଡଶର ଗ୍ରାମର ଯୁବପିଢୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମରେ ଖୁବ୍ ଆଡମ୍ବର ସହକାରେ ପାଳିତ ହୋଇଛି।

Leave a Reply

Your email address will not be published. Required fields are marked *