Spread the love

*ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସାରସ୍ଵତ ସମାରୋହ ଅନୁଷ୍ଠିତ*

ତା.୨୧-୬-୨୫,ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମହାନ୍ତିପାଟଣା ଠାରେ ଗତକାଲି ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେପ୍ରାଧ୍ୟାପକ ଡ଼କ୍ଟର କାହ୍ନୁ ଚରଣ ମିଶ୍ରଙ୍କ ସଭାପତିତ୍ବରେ ପ୍ରଥମେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ,ସାହିତ୍ୟିକ ହୃଷୀକେଶ ପତି, ସାମ୍ବାଦିକ ତପନ ମହାରଣ୍ୟ ଶର୍ମା ପ୍ରମୁଖ ସାରସ୍ଵତ ଆଲୋଚନା କରିଥିଲେ। କବି ଇଂ ଶିବ ସୁନ୍ଦର ପଣ୍ଡାଙ୍କ ରଚିତ କବିତା ପୁସ୍ତକ “ପ୍ରେମିକା ହେଇକି ଥାଆ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। କବି ରାମଚନ୍ଦ୍ର ଦାଶ ପୁସ୍ତକ ସମୀକ୍ଷା କରିଥିଲେ। ପରେ ପରେ କବି ଜିତେନ୍ଦ୍ର ବେହେରାଙ୍କ ସଂଯୋଜନାରେ ତଥା କବି ଅମ୍ବିକା ପ୍ରସାଦ ସାମଲଙ୍କ ସଭାପତିତ୍ବରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଉକ୍ତ କବିତା ଆସରରେ କବି ଯଯାତି କିଶୋର ସାହୁ, ପ୍ରଦୀପ୍ତ କୁମାର ଦାସ,ଶିଶିର କୁମାର ପଣ୍ଡା,ପ୍ରଭାତ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାହୁ,ସତ୍ୟବ୍ରତ ସାହୁ,ମନୋଜ କୁମାର ନାଥ,ବାଇଧର ମାଝୀ, ଅଲେଖ ପ୍ରସାଦ ମହାରଣା,ନିରଞ୍ଜନ ପତି,ଜ୍ଞାନରଞ୍ଜନ ତ୍ରିପାଠୀ,ବିକ୍ରମ ଦାସ,ନାରାୟଣ ଦାସ, ଶ୍ରୀକାନ୍ତ ପଣ୍ଡା, ଖଗେଶ୍ବର ନାୟକ, ଖଗେଶ୍ବର ସାହୁ, ଅଜିତ୍ କୁମାର ମଲ୍ଲିକ, ଉମାକାନ୍ତ ପାତ୍ର, ଶିଶିର କୁମାର ଜେନା,ସୁବାସ ଚନ୍ଦ୍ର ବେହେରା,ସୁଦର୍ଶନ ସାହୁ, ମନୋଜ ନାୟକ,ସରସ୍ଵତୀ ପଣ୍ଡା,ଜୟନ୍ତ କୁମାର ମଲ୍ଲିକ, ଅକ୍ଷୟ କୁମାର ବାରିକ୍,ବିଭୂତି ମହାପାତ୍ର,ନାରାୟଣ ମହାଳିକ, ଅମୂଲ୍ୟ ସେନାପତି, ଶୁଭ୍ରାଂଶୁ ମାହୁନ୍ତ, ଦୀନରଞ୍ଜନ ପାଢ଼ୀ,ବିଶ୍ଵନାଥ କିଙ୍କର ରାଉତ,ପ୍ରାକ୍ ଦର୍ଶିନୀ ମିଶ୍ର, ଶ୍ରାବଣୀ ଦାସ, ଅକ୍ଷୟ ନାୟକ, ରମାକାନ୍ତ ଦାସ, ବିଘ୍ନେଶ୍ୱର ଦାଶ, ଗଣେଶ୍ୱର ବେହେରା, ପଭାତୀ ଦାଶ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।ସମସ୍ତ କବିମାନଙ୍କୁ ଉତ୍ତରୀୟ ସହ ସୁଦୃଶ୍ୟ ସ୍ମାରକୀ ପ୍ରଦାନ କରା ଯାଇଥିଲା।ଏହି ଅବସରରେ କିଛି ପ୍ରତିଭାଦୀପ୍ତ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।କବି ରଞ୍ଜିତା ଦାଶ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *