Spread the love

ନାବାଳକ ମୋବାଇଲ ଚୋର କୁ କାବୁ କଲେ ଗ୍ରାହାକ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ଼ ପଞ୍ଚାୟତ ହାଟ ପଡିଆରେ ଜଣେ ଅଣ ଓଡିଆ ନାବାଳକ ମୋବାଇଲ ଫୋନ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକ ତଥା ହାଟ ର ଗ୍ରାହାକ ଦ୍ୱାରା ଧରା ପଡିଛି। ସୂଚନା ଅନୁଯାୟୀ ଆଜି ସୋମବାର ହାଟ ଚାଲିଥିବା ବେଳେ ସାଧାରଣ ଲୋକମାନେ ପରିବା କିଣୁଥିବା ସମୟରେ ଏହି ନାବାଳକଟି ମୋବାଇଲ ଫୋନ ଚୋରି କରୁଥିଲା। ଏହି ସମୟରେ ସ୍ଥାନୀୟ ଲୋକମାନେ କାବୁ କରିଛନ୍ତି। ଏନେଇ ମହିଧରପୁର ଫାଣ୍ଡି କୁ ଜଣାଇବା ସହ ନାବାଳକକୁ ସ୍ଥାନୀୟ ଲୋକମାନେ ପୋଲିସ କୁ ହସ୍ତାନ୍ତର କରିଛନ୍ତି ।

Leave a Reply

Your email address will not be published. Required fields are marked *