Spread the love

ନେତାଜୀ ପାର୍କ ଠାରେ ନେତାଜୀ ସୁବାଷ ସେନା ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଅନୁଗୋଳ ଜିଲ୍ଲା ଶିମିଳିପଡା ସ୍ଥିତ ନେତାଜୀ ପାର୍କ ଠାରେ ଆଜି ନେତାଜୀ ସୁବାଷ ସେନା ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ନେତାଜୀ ଜୟନ୍ତୀ ରେ ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଯୁବମୋର୍ଚ୍ଚାର ସଭାପତି ସୁଦୀପ୍ତ ସ୍ୱାଇଁ, ବିଶ୍ୱଜିତ୍ ମିଶ୍ର, ଅଥାନି ନାଏକ, ଭୂପେନ୍ ବେହେରା, ଚିତରଞ୍ଜନ ସାମନ୍ତ, ବିଭୀଷଣ ସାହୁ, ଅଜୟ ବେହେରା, ସୁବ୍ରତ ସାହୁ, ନରେଶ ବେହେରା, ସମୀର ସାହୁ ପ୍ରମୁଖ ଉପସ୍ଥିତ ରହି ନେତାଜୀ ଙ୍କ ପ୍ରତିମୂର୍ତ୍ତୀ ଉପରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର ରହେ ର ସ୍ଳୋଗାନ୍ ମଧ୍ୟ ଦେଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୀବନୀ ଉପରେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଆଲୋକପାତ କରିଥିଲେ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଭଳି ଦେଶ ପାଇଁ ତ୍ୟାଗ ମନ ଭାବ ରଖିବା ପାଇଁ ଯୁବ ପିଢି ଙ୍କୁ ବାର୍ତ୍ତା ଦେଇଥିଲେ।

ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *