ନାମ ନେଲା ରସିକିଆ ସ୍ଵାମୀ, ସ୍ତ୍ରୀ ଛୁଆଙ୍କୁ ହାଣିବ କହି ଗିରଫ ହେଲା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା ଗୋରସ ଗ୍ରାମର ଗଙ୍ଗା ନାଏକ ବିବାହିତ ତଥା ଛୁଆ ପିଲାର ବାପା ହୋଇ ମଧ୍ୟ ନିଜ କ୍ୟାରେକ୍ଟର ଢିଲା ଗୁଣ ଲାଗି ସ୍ତ୍ରୀ ସହ ଝଗଡା କରେ। ତେବେ ସ୍ତ୍ରୀ ଆକଟ ଅଧିକ ହେବାରୁ ସେ ଗତ ସେପ୍ଟେମ୍ବର୍ ୨୬ ତାରିଖରେ ନିଜ ସ୍ତ୍ରୀକୁ ଖୁବ୍ ପିଟିଥିଲା। ତେଣୁ ସ୍ତ୍ରୀ ଲଳିତା ପ୍ରାଣ ଭୟରେ ବାପ ଘର ଚମ୍ପୁଆ ପଳାଇ ଆଶ୍ରୟ ନେଇ ଥିଲା। ତେବେ ଗଙ୍ଗା ଠିକ୍ ହୋଇ ଯାଇଥିବ ବୋଲି ଅକ୍ଟୋବର ୫ରେ ଆସି ଘରେ ଲଳିତା ଖୋଜିବା ବେଳେ ତା’କୁ ପାଇନଥିଲା। ହେଲେ ଗଙ୍ଗା କିଛି ସମୟ ପରେ ଆସି ପୁଣି ଲଳିତାକୁ ଛୁଆ ପିଲା ସହ ହାଣିବ କହିଲା। ଗଙ୍ଗାର ଏହି ରକ୍ତ ମୁଖା ଅବତାର ଦେଖି ଲଳିତା ପାଟଣା ଥାନାର ଦ୍ବାରସ୍ଥ ହୋଇ ଥିଲା। ତେଣୁ ସାହରପଡ଼ା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା କେଶ୍ ନଂ ୧୭୮/୨୦୨୩ରେ ୪୯୮,୩୨୩,୫୦୬,୩୦୭ ଦଫା ଲଗେଇ ଗଙ୍ଗାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
