Spread the love

ନିମ୍ନମାନର କାର୍ଯ୍ୟଯୋଗୁ ଏଭଳି ଦୁର୍ଘଟଣା, କହିବାକାହାକୁ ଶୁଣିବ କିଏ।

ନିମ୍ନ ମାନର କାର୍ଯ୍ୟ ଯୋଗୁ ଛାତରୁ ଖସିଲା ପ୍ଲାଷ୍ଟର ଅଳ୍ପକେ ବର୍ତ୍ତିଲେ ଛାତ୍ରୀ। କହିବା କାହାକୁ ଶୁଣିବ ବା କିଏ। ଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ଜିଲ୍ଲାର ଦୁର୍ଦ୍ଦଶା।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ଗତ ଗ୍ରୀଷ୍ମ ଛୁଟିରେ ମରାମତି କାମ ହୋଇଥିବା କ୍ଲାସରୁମ ବାରଣ୍ଡାର ଉପର ପ୍ଲାଷ୍ଟର ଆଜି କ୍ଲାସ ସମୟରେ ହଠାତ୍ ଖସି ପଡିଥିଲା।

ନିମ୍ନମାନର କାମ କରାଯାଇଥିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ନିମ୍ନ ମାନର କାର୍ଯ୍ୟ ଯୋଗୁ ପ୍ଲାଷ୍ଟର ଖସିଥିବା ବେଳେ ପ୍ଲାଷ୍ଟର ଖସିବା ବେଳେ ବାରଣ୍ଡାରେ ଥିବା କିଛିଛାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ନିକଟରେ ପିଏମ ଶ୍ରୀ ସ୍କୁଲର ମାନ୍ୟତା ପାଇଥିବା ଚମ୍ପୁଆର ସର୍ବ ପୁରାତନ ଏହି ବିଦ୍ୟାଳୟର ଗତ ଗ୍ରୀଷ୍ମ ଛୁଟିରେ ସ୍କୁଲର ଉପର ମହଲାରେ ମରାମତି କାମ କରାଯାଇଥିଲା। ମାତ୍ର ସାମାନ୍ୟ ବର୍ଷାରେ ଛାତରୁ ପାଣି ଝରୁଥିବା ଯୋଗୁ ଏହାର ମରାମତି କାର୍ଯ୍ୟ କରାଯାଇଥିବା ବେଳେ ନିମ୍ନମାନର କାମ ପାଇଁ ଏବେ ମରାମତି ପରେ ମଧ୍ୟ ଅବସ୍ଥା ଯତ୍ ପୂର୍ବମ ତତ୍ ପରମ୍। ମରାମତି ପରେ ମଧ୍ୟ ଛାତରୁ ପାଣି ଝରୁଥିବା ବେଳେ ଆଜି ହଠାତ୍ ମରାମତି ସ୍ଥାନରୁ ପ୍ଲାଷ୍ଟର ଖସି ପଡିଥିଲା। ତେବେ ପ୍ଲାଷ୍ଟର ଖସୁଥିବା ବେଳେ କିଛି ଛାତ୍ରୀ ସେହି ସ୍ଥାନରେ ଥିଲେ ତେବେ ସୈଭାଗ୍ୟ ବଶତଃ ସେମାନେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତୀ ଯାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *