Spread the love

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ମାଲ ବୋଝେଇ ଟ୍ରକ

ଚୌଦ୍ଵାର ଅନ୍ତର୍ଗତ ନୁନ୍‌ଟିକିରୀ ଗ୍ରାମ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ମାଲ ବୋଝେଇ ଟ୍ରକ। ବେପାରୁଆ ଟ୍ରକ୍ ଚାଳକ ମାନେ ଆଖି ବୁଜା ଗାଡ଼ି ଚାଳନ ଏବଂ ପୋଲିସ ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କଡାକଡି ନଥିବାରୁ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟିଛି ନୁନ୍‌ଟିକିରୀ ଛକରେ। ଆଜି ସନ୍ଧ୍ୟାରେ କୁକୁଡ଼ା ଖାଦ୍ୟ ନେଇ ଏକ CG-15 CX -3627 ନମ୍ବର ଟ୍ରକ ମଙ୍ଗୁଳି ଟାଙ୍ଗି ଅଭିମୂଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅଧା ନିର୍ମିତ ବାଇ ପାସ୍ ରାସ୍ତା କଡକୁ ଓଲଟି ପଡିଥିଲା।
ଖବର ପାଇ ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଁଚି ଟ୍ରକ୍ ଡ୍ରାଇଭର କୁ ଧରି ପଚରାଉଚରା କରିଛନ୍ତି।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Leave a Reply

Your email address will not be published. Required fields are marked *