Spread the love

କଲମ୍ବୋ: ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତର ଗୋଟିଏ ଦିନ ପରେ; ଶ୍ରୀଲଙ୍କା ରବିବାର ଦିନ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟଜୀବୀ ପ୍ରସଙ୍ଗକୁ ମାନବିକ ଦୃଷ୍ଟିକୋଣରୁ ସମାଧାନ କରାଯିବା ଆବଶ୍ୟକ ବୋଲି କହିଥିଲେ ,ଏହାର ଗୋଟିଏ ଦିନ ପରେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ପଦକ୍ଷେପ ନେଇଛି ।

ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଡିସାନାୟାକେଙ୍କ ମଧ୍ୟରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା ଯେଉଁଥିରେ ମତ୍ସ୍ୟଜୀବୀଙ୍କ ଗିରଫ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ଡିସାନାୟାକଙ୍କୁ ଭେଟିବା ପରେ ମୋଦୀ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ‘ମତ୍ସ୍ୟଜୀବୀଙ୍କ ଜୀବିକା ସହ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ। ଏହି ପ୍ରସଙ୍ଗରେ ଆମେ ମାନବିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ।’ ଆହୁରି ମଧ୍ୟ କହିଛନ୍ତି, ‘ମତ୍ସ୍ୟଜୀବୀ ଏବଂ ସେମାନଙ୍କ ଡଙ୍ଗାଗୁଡ଼ିକୁ ତୁରନ୍ତ ମୁକ୍ତ କରିବାକୁ ଆମେ ଜୋର ଦେଇଥିଲୁ।ମୁଖ୍ୟତଃ ତାମିଲନାଡୁର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା କର୍ତ୍ତୃପକ୍ଷ ଗିରଫ କରିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି ।କଥିତ ରୂପେ ୨୦୨୫ ଆରମ୍ଭରୁ ୧୧୯ ଭାରତୀୟ ମତ୍ସ୍ୟଜୀବୀ ଏବଂ ୧୬ ଟି ମତ୍ସ୍ୟଜୀବୀ ଡଙ୍ଗା ଶ୍ରୀଲଙ୍କା ସୈନ୍ୟଙ୍କ ଦ୍ରାରା ଧରାଯାଇଛି, ଯାହାଦ୍ବାରା ଉପକୂଳବର୍ତ୍ତୀ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା ଏବଂ ଏହି ଘଟଣାର ହସ୍ତକ୍ଷେପ ପାଇଁ ବାରମ୍ବାର ନିବେଦନ କରାଯାଇଥିଲା।ସୂଚନାଥାଉକି, ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩ ଦିନିଆ ଶ୍ରୀଲଙ୍କା ଗସ୍ତ ଶେଷ ହୋଇଛି।

Leave a Reply

Your email address will not be published. Required fields are marked *