Spread the love

ଭୋଗରାଇ: ପଦ୍ମ ଧରିବେ ପୂର୍ବତନ ବିଜେଡି ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ । ବିଜେଡିକୁ ଝଟ୍‌କା ଦେଇ ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ। ଏନେଇ ଖୋଦ ଅଭିଜିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ ।

ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି । ଗତକାଲି ଅଭିଜିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *