Spread the love

( ପନ୍ଦର ବର୍ଷର ପରମ୍ପରା | ପ୍ରଭୁ ଶ୍ରୀ ଶ୍ରୀ ଗୋରେଖନାଥ ଙ୍କ ପୀଠକୁ ସଂକୀର୍ତନ ପଦଯାତ୍ରା |ମନ୍ଦିର ପ୍ରଶାସନ ର ଅବ୍ୟବସ୍ଥା ନେଇ ଭକ୍ତ ଅସନ୍ତୋଷ )
ଜଗତସିଂହପୁର
ତା =25/8/23
ଜଗତସିଂହପୁର ଜ଼ିଲ୍ଲା ର ସର୍ପଭୟ ନିବାରଣ କ୍ଷେତ୍ର ପ୍ରଭୁ ଶ୍ରୀ ଶ୍ରୀ ବାବା ଗୋରେଖନାଥ କୃପା ଅପାର | ଯେତେ ବଡ଼ ବିଷାକ୍ତ ସାପ ହେଉ ନାଁ କାହିଁକି ସର୍ପ ଘାତ ବ୍ୟକ୍ତି ବାବା ଗୋରେଖନାଥ ଙ୍କ ବିଭୁତି ପାନ କରି ଭୋଗ ରାଗ କଲେ ସମସ୍ତ ରୋଗ, ଭୟ ଦୂର ହୁଏ ବୋଲି ଭକ୍ତ ମାନଙ୍କ ର ଆଗାଢ଼ ବିଶ୍ୱାସ ରହିଛି | ଏଥିନିମନ୍ତେ ବାବା ଗୋରେଖନାଥ ଙ୍କ ପୀଠକୁ ରାଜ୍ୟ ର କୋଣ ଅନୁକୋଣ ରୁ ହଜାର ହଜାର ଭକ୍ତ ଦୈନ ଦିନ ପୂଜା ଅର୍ଚନା ଭୋଗ ରାଗ କରିବାକୁ ଧାଇଁ ଆସିଥାନ୍ତି କିନ୍ତୁ ମନ୍ଦିର ପ୍ରଶାସନ ର ଅବ୍ୟବସ୍ଥା କୁ ନେଇ ଅଗଣିତ ଭକ୍ତ କ୍ଷେଭ ପ୍ରକାଶ କରିଛନ୍ତି | ଖବର ନେବାରେ ଜଣାଯାଇଛି ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜ଼ିଲ୍ଲା ର ମଧ୍ୟ୍ୟ ବର୍ତ୍ତୀ ଗ୍ରାମ ବିନ୍ଧା, ନୂଆଗାଁ, ତେଣ୍ଡାକୁଡା, ଓ ନୟନପୁର ଗ୍ରାମରେ ପନ୍ଦର ବର୍ଷ ପୂର୍ବେ ଅନେକ ବ୍ୟକ୍ତି ଙ୍କୁ ଦୈନ ଦିନ ସର୍ପଘାତ ହେଉଥିଲା | ଗ୍ରାମର ମୁରବିମାନେ ବିଚାର ବିମର୍ଶ କରି ସର୍ପ ଭୟ ନିବାରଣ କ୍ଷେତ୍ର ବାବା ଗୋରେଖନାଥ ଙ୍କ ପୀଠରେ ପୂଜାଅର୍ଚ୍ଚନା କଲେ | ସେହି ଦିନ ଠାରୁ ଆଖ ପାଖ ଗ୍ରାମରେ ସର୍ପ ଘାତ ସମ୍ପୂର୍ଣ ଦୂର ହୋଇଯିବାରୁ ଆଖ ଆଖ ଗ୍ରାମର ହଜାର ହଜାର ଲୋକ ସେହି ଦିନ ଠାରୁ ବାବା ଗୋରେଖନାଥ ଙ୍କ ପୀଠ ଙ୍କୁ ଏକ ସଂକୀର୍ତନ ପଦଯାତ୍ରା ରେ ଆସି ବାବା ପୀଠରେ ପୂଜା ଅର୍ଚ୍ଚନା କରିବା ସହିତ ପ୍ରସାଦ ସେବନ ର ଆୟୋଜନ କରିଥାନ୍ତି |କିନ୍ତୁ ଦୁଃଖ ଓ ପରୀତାପ ର ବିଷୟ ମନ୍ଦିର ଦେଢାରେ ଭୋଜନ ମଣ୍ଡପ, ରୋଷଶାଳା ଓ ଅନ୍ୟନ୍ୟ ସୁବିଧାସୁଯୋଗ ଥିଲେ ମଧ୍ୟ୍ୟ ମନ୍ଦିର ପ୍ରଶାସନ ଭକ୍ତ ମାନଙ୍କୁ ସେଥିରୁ ବଞ୍ଚିତ କରିଛନ୍ତି | ଅଗଣିତ ଭକ୍ତ ବର୍ଷା, ଖରା ରେ ମନ୍ଦିର ବାହାରେ ରୋଷେଇ କରି ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି |ଯାହା କୁ ନେଇ ଭକ୍ତ ମାନଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଛି |ମନ୍ଦିର ପ୍ରସାଦନ ଏଥିପ୍ରତି ଦୃଷ୍ଟି ଦେବାକୁ ଭକ୍ତ ମାନେ ଦାବି କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *