ପାଣି ସମସ୍ୟା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାନ୍ତରାପୁର ଗ୍ରାମବାସୀ
ଅନୁଗୋଳ ଜିଲ୍ଲା ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ଗ୍ରାମର ମହିଳା ମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପାଣି ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ବସୁଧା ଯୋଜନାରେ ଗ୍ରାମ କୁ ପାଇପ ସଂଯୋଗ ହୋଇଛି କିନ୍ତୁ ଦୀର୍ଘ ୭, ୮ ବର୍ଷ ହେବ ଟ୍ୟାପ ଦିଆଯାଇନଥିବାରୁ ପାଣି ମୁନ୍ଦେ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି। ଏହି ଅସୁବିଧା ଦେଖି ପାଣି ଟିକିଏ ପାଇବା ପାଇଁ ନିଜସ୍ଵ ଖର୍ଚ୍ଚରେ ଘରକୁ ଘର ଟ୍ୟାପ ସଂଯୋଗ କରିଛନ୍ତି। କିନ୍ତୁ ଗତକାଲି ସରକାରୀ ଗାଡି ଆସି ସମସ୍ତ ଟ୍ୟାପ କୁ ବନ୍ଦ କରିଦେଇଥିବାରୁ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ ମଝିରେ ଗୋଟିଏ ବୋଲି ନଳକୂପ ଥିବାରୁ ଗ୍ରାମର ର ସମସ୍ତ ମହିଳା ସେଇ ନଳକୂପ ଉପରେ ନିର୍ଭର କରୁଛନ୍ତି। ଏନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମର ମହିଳା । ଯଥାଶୀଘ୍ର ପାଣି ସମସ୍ୟା ର ସମାଧାନ କରିବାକୁ ମହିଳା ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
