Spread the love

[ପାପାଲି ର ଅପରେସନ ନିମନ୍ତେ ଜ଼ିଲ୍ଲା ପ୍ରଶାସନ କୁ ଗୁହାରି କଲା ଆଶର୍ବାଦ ସେବା ସଂଗଠନ

]
ଜଗତସିଂହପୁର
ତା =17/2/23

ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ଗ୍ରାମର ଦିପୁ ଗାଆଣ ଙ୍କ ନଅ ବର୍ଷର ଝିଅ ପାପାଲି ଗାଆଣ | ଛଅ ବର୍ଷ ହେବ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇଥିବାରୁ ପାପାଲି ପ୍ରତି ପନ୍ଦର ଦିନରେ ଥରେ ରକ୍ତ ନେବାକୁ ପଡୁଛି। ରୋଗାଗ୍ରସ୍ତ ଝିଅର ଜୀବନ ବଞ୍ଚାଇବା ପାଇଁ ବାପା, ମା ଅନେକ ଟଙ୍କା ଖର୍ଚ୍ଚ କରି ସର୍ବଶାନ୍ତ ହୋଇଗଲେଣି | ପାପାଲି ଆରୋଗ୍ୟ ନିମନ୍ତେ ବାପା, ମା ଅନେକ
ଡାକ୍ତର ଙ୍କ ପରାମର୍ଶ ମଧ୍ୟ୍ୟ ନେଇଛନ୍ତି | ଝିଅ ସୁସ୍ଥ କରିବାକୁ ହେଲେ ଅପରେସନ୍ ଲାଗି ୪୦ ଲକ୍ଷ୍ୟ ଟଙ୍କା ରୁ ଅଧିକ ଖର୍ଚ୍ଚ ହୋଇପାରେ |
ଝିଅ ର ଏହି ଭଳି ପରିସ୍ଥିତି ରେ ପରିବାର ସମ୍ପୁର୍ଣ୍ଣ ଭାବେ ଭାଂଗି ପଡିଛନ୍ତି। ପରିବାର ଜାହା ଟଙ୍କା ସଞ୍ଚୟ କରି ରଖିଥିଲେ ସବୁ ଟଙ୍କା ଝିଅ ପିଛାରେ ଖର୍ଚ କରି ସାରିଲେଣି । ଏପଟେ ଦିପୁ ଙ୍କ ପାଖରେ ଏତେ ଗୁଡ଼ାଏ ଟଙ୍କା ଯୋଗାଡ କରିବା ପାଇଁ ଅସମର୍ଥ। ପରିବାରର ଏ‌ହି ଦୁଃଖଦ ସମୟରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ ପ୍ରଦିପ ଦାସ ଶ୍ରୁତକିର୍ତ୍ତୀ ମିଶ୍ର ବିଜେଦ୍ର ଦାସ ରଶ୍ମୀ ରଞ୍ଜନ ମହାନ୍ତି ସିମା ଭୋଇ ନିରୂପମା ପରିଡ଼ା ପରିବାର ସହିତ ପାପାଲି ଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ପାଇଁ ଆଜି ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *