Spread the love

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ୧୦ମ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ :-

ଆଜି ତା ୩୦.୦୧.୨୬ ରିଖ (ଶୁକ୍ରବାର) ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ୧୦ମ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଯଥାରୀତିରେ ଅନୁଷ୍ଠିତ ହୋଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ, ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର, ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସରସ ଶୈଳୀରେ ସମ୍ପାଦିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ଉପସ୍ଥିତ ୧୦ମ ଛାତ୍ରଛାତ୍ରୀଙ୍କୁ ଆସନ୍ତା ମାଟ୍ରିକ୍ ପରୀକ୍ଷାରେ ଭଲ ଫଳାଫଳ ସହ ଉତ୍ତମ ଚରିତ୍ରର ଅଧିକାରୀ ହୋଇ ଭବିଷ୍ୟତରେ ଉତ୍ତମ ନାଗରିକ ରୂପେ ପ୍ରତିଷ୍ଠିତ ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।ସଭାପତି ମହୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିବା ସହ ସେମାନଙ୍କର ଉତ୍ତରୋତ୍ତର କାମନା କରିଥିଲେ। ଉପସ୍ଥିତ ଶିକ୍ଷକ- ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣାଦାୟକ ବାଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ୧୦ମ ଛାତ୍ରଛାତ୍ରୀ ମାନେ ନିଜର ବିଦ୍ୟାଳୟରରେ କାଟିଥିବା ଅନ୍ତରଙ୍ଗ ଓ ସ୍ମରଣୀୟ ମୁହୂର୍ତ୍ତ ତଥା ଅନୁଭୂତି ସମ୍ପର୍କରେ ଭାବବିହ୍ଵଳ ହୋଇ ପ୍ରକାଶ କରିବା ସହ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ପିଲାମାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଛ, କଲମ ଓ ଜଳଖିଆ ପ୍ରଦାନ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀ ମାନେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଦଳଗତ ଫୋଟୋ ଉଠାଇଥିଲେ। ସମସ୍ତଙ୍କ ମିଳିତ ଉଦ୍ୟମରେ ଆଜିର କାର୍ଯ୍ୟକ୍ରମଟି ଖୁବ ସରସ ଓ ସୁନ୍ଦର ହୋଇଥିଲା।

Leave a Reply

Your email address will not be published. Required fields are marked *