Spread the love

ପୈାରପାଳିକା ତରଫରୁ ୪୫ଟି ବୁଲାଗାଈଗୋରୁ ଷଣ୍ଢକୁ ରାସ୍ତା ଉପରୁ ଉଧାର

 

ଢେଙ୍କାନାଳ ପୈାରପାଳିକା ତରଫରୁ ବୁଲାଗାଈଗୋରୁ ଷଣ୍ଢକୁ ରାସ୍ତା ଉପରୁ ଉଠାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ଲକ୍ଷ୍ମୀ ପୂଜା ପୂର୍ବରୁ ଏହି କାର୍ଯ୍ୟକ୍ରମ ନିୟମିତ ଚାଲୁରହିବ। ଆଜି ପୁଣି ୪୫ରୁ ଉର୍ଦ୍ଧ ଗାଈଗୋରୁ ଓ ଷଣ୍ଢଙ୍କୁ ଉଧାର କରାଯାଇଛି। ଗାଈ ମାଲିକ ଯଦି ଉଧାର ଗାଈକୁ ନେବାକୁ ଚାହାନ୍ତି ତେବେ ୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଯଦି ଗୋଶାଳା କୁ ପଠାଇଦିଆଯାଇଥିବ ସେଠାରୁ ନେବେ ତେବେ ୧୦୦୦ଟଙ୍କା ସହ ଦୈନିକ ଖର୍ଚ୍ଚ ଦେବାକୁ ପଡ଼ିବ।ଜିଲ୍ଲା ପ୍ରଶାସନ ଓ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପରିମଳ ବିଭାଗର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ଆଗକୁ ଏହି କାର୍ଯ୍ୟକ୍ରମ ଚାଲୁରହିବ ସହିତ ରାସ୍ତାରେ ଗାଈଗୋରୁ ଚଳପ୍ରଚଳ ଦ୍ବାରା ଘଟୁଥିବା ଅଘଟଣ ମଧ୍ୟ କମିବାରେ ଲାଗିବାର ଆଶା କରୁଛୁ।

Leave a Reply

Your email address will not be published. Required fields are marked *