Spread the love

ପୋଖରୀରେ ବୁଡ଼ି ବୃଦ୍ଧା ମହିଳାଙ୍କ ମୃତ୍ୟୁ

ବଅଁରପାଳ ଥାନା ଗଡ଼ ବୁଢାପଙ୍କ ଗ୍ରାମ ପଞ୍ଚାୟତ ର ବଗଚର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପୋଖରି ରେ ବୁଡି ଜଣେ ବୃନ୍ଦାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବୃନ୍ଦା ହେଲେ ସେହି ଗ୍ରାମର ଚକ୍ରା.ଧର ନାୟକଙ୍କ ପତ୍ନୀ ମହର୍ଗୀ ନାୟକ ।ପ୍ରାପ୍ତ ସୂଚନା ମୁତାବକ ମହର୍ଗୀ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳକୁ ଗାଁ ପୋଖରିକୁ ଶୌଚ ପାଇଁ ଯାଇଥିଲେ। ଅସାବଧାନତା କାରଣରୁ ପୋଖରିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ଭାସୁଥିବା ସ୍ଥାନିତ ଲୋକ ଦେଖିବା ପରେ ଦମକଳ ବାହିନୀ କୁ ଖବର ଦେଇଥିଲେ। ବଅଁରପାଳ ଦମକଳ ବାହିନୀ ପହଞ୍ଜି ବୃନ୍ଦାଙ୍କୁ ଉଦ୍ଧାର କରି ଜିଳ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରିଛନ୍ତି ମୃତଦେହ ଶବଗୃହରେ ସଂରକ୍ଷିତ ରହିଛି ।ଆସନ୍ତା କାଲି ଶବ ବ୍ଯବଚ୍ଛେଦ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *