Spread the love

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦାଉରୁ ସୁରକ୍ଷିତ ରଖିବାକୁ ଲୋକଙ୍କୁ ଦହିସର୍ବତ ବିତରଣ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ, ଲୋକଙ୍କୁ ଟିକେ ଏହି ଗରମ ଦାଉରୁ ଆରାମ ଦେବାକୁ ପ୍ରୟାସ କରିଛନ୍ତି କିଛି ସ୍ଥାନୀୟ ଯୁବକ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ରବିବାର ସାପ୍ତାହିକ ହାଟ ବଜାର ଲାଗିଥାଏ ଓ ଏହି ସାପ୍ତାହିକ ହାଟକୁ ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳରୁ ବହୁଲୋକ ଆସିଥାନ୍ତି। କିନ୍ତୁ ଅସହ୍ୟ ଗରମ ଦାଉରୁ ଲୋକଙ୍କୁ ଟିକେ ଆରାମ ଦେବାକୁ ପ୍ରୟାସ କରିଛି ବିଜୁ କଲ୍ୟାଣ ଲୋଡିଂ କନ୍ତ୍ରାକ୍ଟର ଓ ବଡ଼ବିଲ ନଗରପାଳ ଙ୍କ ନିର୍ଦ୍ଦେଶ କ୍ରମେ ଏହାର କର୍ମକର୍ତ୍ତାଙ୍କ ପକ୍ଷରୁ ବଡ଼ବିଲ ପୌରାଞ୍ଚଳ ବସଷ୍ଟାଣ୍ଡ ନିକଟରେ, ରାସ୍ତାରେ ଆତଯାତ କରୁଥିବା ଜନସାଧାରଣଙ୍କୁ ତଥା ବସ୍ ଯାତ୍ରୀ ମାନଙ୍କୁ ଦହିସର୍ବତ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଥିଲା, ଯାହା ଲୋକଙ୍କ ପାଇଁ ଅନେକାଂଶ ରେ ଆରାମ ଦାୟକଥିଲା ଓ ଲୋକେ ଏହି କାର୍ଯ୍ୟକୁ ଅନେକ ପ୍ରଶଂସା କରିଥିଲେ।

କେନ୍ଦୁଝର ଜିଲ୍ଲା ବଡବିଲରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *