Spread the love

ପ୍ରତିଶୃତି ପରେ ଧାରଣାକୁ ସ୍ଥଗିତ ରଖିଛି ଏମ୍.ଏସ୍.ପି. ମଜଦୁର ସଂଘ, ୧୫ ଦିନରେ ଦାବି ପୁରଣ ନହେଲେ ମୂଖ୍ୟଫାଟକ ବନ୍ଦ କରିବାର ଚେତାବନୀ

 

ଆଙ୍କର” – ଏମ୍.ଏସ୍.ପି. କାରଖାନା କର୍ତ୍ତୃପକ୍ଷଙ୍କ ମନମାନୀ ଓ ବିନା ନୋଟିସ୍ ରେ ଛଟେଇ ପ୍ରତିବାଦରେ ଆଜି ହଳଦିଆଗୁଣା ଠାରେ ଥିବା ଏମ୍ଏସପି ସ୍ପଞ୍ଜ ଆଇରନ କାରଖାନା ସମ୍ମୁଖରେ ଆନ୍ଦୋଳନ ଏମ୍ଏସପି ସ୍ପଞ୍ଜ ଆଇରନ ମଯଦୁର ସଂଘ ଓ ଭାରତୀୟ ମଜଦୁର ସଂଘ ଦ୍ଵାରା ଶତାଧିକ ମଜଦୁରଙ୍କୁ ନେଇ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଥିଲେ। କମ୍ପାନୀ ପକ୍ଷରୁ ବେଆଇନ ଭାବରେ ପାଖାପାଖି ୪୫ଜଣ କର୍ମଚାରୀ ଙ୍କୁ ଛଟେଇ କରାଯାଇଥିବା ଓ ସର୍ବଦା କମ୍ପାନୀ ଶ୍ରମିକ ମାରଣ ନିତୀ ତୁରନ୍ତ ବନ୍ଦ କରିବା ସହ ଛଟେଇ ଶ୍ରମିକଙ୍କୁ ତୁରନ୍ତ ପୂନଃ ନିଯୁକ୍ତି ଆଦିଦାବି ପୁରଣ ନହେବା ପର୍ଯ୍ୟନ୍ତ ଧାରଣାଯାରି ରହିବା ସହ ଆଗାମୀ ଦିନରେ ଏପରି ନହେବା ପାଇଁ ଦାବି କରିଥିଲେ ଏମ୍ଏସପି ସ୍ପଞ୍ଜ ଆଇରନ ମଯଦୁର ସଂଘ ର ଉପଦେଷ୍ଟା ତଥା ଗୋବର୍ଦ୍ଧନ ପଞ୍ଚାୟତ ର ସରପଞ୍ଚ ସଞ୍ଜୟ କୁମାର ମୁଣ୍ଡା । ଏହି ଧାରଣାରେ ବିଏମଏସ ର ରାଜ୍ୟ ସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର,ଏମ୍ଏସପି ସ୍ପଞ୍ଜ ଆଇରନ ମଯଦୁର ସଂଘ ର ଉପସଭାପତି ଉମାକାନ୍ତ ଦଶ, ଶ୍ରମିକ ନେତା ବିବେକାନନ୍ଦ ମହାନ୍ତ ଓ ରାଜକିଶୋର ମିଶ୍ର ଉପସ୍ଥିତ ଥିଲେ । ସନ୍ଧ୍ୟାରେ କେନ୍ଦୁଝର ପ୍ରଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର କୁମାର ଗାଇପାଇ ଓ ଶ୍ରମିକ ନେତାଙ୍କ ସହ ଜିଲା ଶ୍ରମ କାର୍ଯ୍ୟାଳୟ ରେ ଏକ ବୈଠକ ରେ ଶ୍ରମ ଆୟୁକ୍ତ ୧୫ ଦିନ ମଧ୍ୟରେ ଦାବି ପୁରଣ କରାଯିବା ପରେ ଧାରଣାକୁ ୧୫ ଦିନ ପାଇଁ ସ୍ଥଗିତ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହାସହ ଯଦି ଆରାମି ୧୫ ଦିନ ମଧ୍ୟରେ ଦାବୀ ପୁରଣ ନହେଲେ କାରଖାନା ସୂଖ୍ୟ ଗେଟ୍ ବନ୍ଦ କରିବାର ଚେତାବନୀ ଦେଇଛନ୍ତି ଶ୍ରମିକ ନେତା ।

 

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜୁ

Leave a Reply

Your email address will not be published. Required fields are marked *