Spread the love

ପ୍ରତ୍ୟୁଷ ରଞ୍ଜନ ପଣ୍ଡା (କିଟୁ) ବିଜେପି ଜିଲ୍ଲା ସମ୍ପାଦକ

ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଜେପି ସଂପାଦକ ଭାବେ ଅନୁଗୋଳ ୨୭ ନମ୍ବର ଜୋନର ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଙ୍କୁ ଜିଲ୍ଲା ବିଜେପି ସମ୍ପାଦକ ଭାବରେ ମନୋନୀତ କରାଯାଇଛି। ଶ୍ରୀ ପଣ୍ଡା ଚଳଚ୍ଚିତ୍ର ଅଭିନେତା ସହ ଜଣେ ସଫଳରାଜନୀତିଜ୍ଞ ଭାବେ ବେଶ୍ ପରିଚିତ ଥିଲେ। ବିଜେପି ସଙ୍ଗଠନର ଅନୁଗୋଳ ଜିଲ୍ଲାର ଜଣେ ସକ୍ରିୟ କର୍ମୀ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରତ୍ୟୁଷ (କିଟୁ) ପଣ୍ଡାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଏହି ପଦବୀରେ ନିଯୁକ୍ତି ଦେଇଥିବାରୁ ଓ ଏହି ଦାୟିତ୍ୱ ମିଳିବା ପରେ କିଟୁ ଭାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ରାଜ୍ୟ ଓ ଜିଲ୍ଳାର ସମସ୍ତ ବିଜେପି ନେତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *