Spread the love

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ଅଭିଯୋଗ

, ଝୁମ୍ପୁରା ଓ ଉଖୁଣ୍ଡା ମଣ୍ଡଳ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଝୁମ୍ପୁରା ବି.ଡି.ଓ ଶ୍ରୀ ଉମାକାନ୍ତ ପରିଡା ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।

ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ପରିସରରେ ୨୫/୦୧/୨୦୨୩ – ବିଜେପି ମଣ୍ଡଳ ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେନ୍ଦ୍ର ସରକାର ଗରିବ ମୁଁଣ୍ଡରେ ଛାତ ଯୋଗାଇଦେବା ଲକ୍ଷ୍ୟ ନେଇ ଯୋଗାଇ ଥିବା ପକ୍କା ଘରକୁ କୁଜି ନେତା ସକ୍ରିୟ ହୋଇ ହାତେଇ ନେବାକୁ ଚଲାଇଥିବା ଉଦ୍ୟମକୁ ଭାରତୀୟ ଜନତା ପାର୍ଟି ତରଫରୁ ତୀବ୍ର ପ୍ରତିବାଦ କରଯାଇଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରେ ଗ୍ରାମୀଣ ଆବାସ ବିଭାଗ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ଯରେ ଝୁମ୍ପୁରା ମଣ୍ଡଳ ବିଜେପି ପକ୍ଷରୁ ଝୁମ୍ପୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବି.ଡି.ଓ ଶ୍ରୀ ଉମାକାନ୍ତ ପରିଡା ଙ୍କ ଜରିଆରେ ଜିଲ୍ଲା ସାଧାରଣ ସଂପାଦକ ଅନୁବ୍ରତ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ହେମରଞ୍ଜନ ବାରିକ୍, ଉମାକାନ୍ତ ମହାନ୍ତ, ମଦନ ହାତୀ, ଏବଂ ଉଖୁଣ୍ଡା ମଣ୍ତଳର ସଭାପତି ପ୍ରବୀର ରଞ୍ଜନ ନାଏକ, ଲକ୍ଷ୍ମଣ କୁମାର ରାଉତ, ସୁରେଶ୍ ଚନ୍ଦ୍ର ମହାନ୍ତ, ତନୟା ବାରିକ ତଥା ଝୁମ୍ପୁରା ଓ ଉଖୁଣ୍ଡା ମଣ୍ଡଳ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏଥିରେ ଯୋଗ୍ୟ ବ୍ଯକ୍ତି ତାଲିକା ରୁ ବାଦ୍ ପଡ଼ିଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବାକୁ ଚେତାବନୀ ଦେଇଛନ୍ତି। ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *