Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପ୍ଲାଣ୍ଟରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ପୁଲିସ ପକ୍ଷରୁ ଦୁଇଜଣ ଯୁବକଙ୍କୁ ଗିରଫ

 

 

ଜେ ବି ଏନ, ରିପୋର୍ଟ, ମଦନ ସାହୁ, ୧୮/୦୩/୨୦୨୧, ଅନୁଗୋଳ/

ନାଲକୋ : ଅନୁଗୋଳ ନାଲକୋନଗର ସ୍ମେଲଟର୍ ପ୍ଲାଣ୍ଟରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସ୍ମେଲଟର୍ ପ୍ଲାଣ୍ଟ ଲାଗି ରହିଥିଲା ବାଙ୍କି ହଟିଂର ଗେଡ଼ା ମାଝି ( ୨୫ ) ଓ ସୁଦାମ ମାଝି ( ୨୩ ) ପୁଲିସ ସୂଚନା ଅନୁଯାୟୀ , ଗେଡ଼ା ଓ ସୁଦାମ ଗତକାଲି ବିଳମ୍ବିତ ରାତିରେ ପାଚେରି ଡେଇଁ ତମ୍ବା ତାର ଚୋରି କରିବାକୁ ଉଦ୍ୟମ କରିଥିଲେ । ନାଲକୋ ସିଆଇଏସ୍‌ଏଫ୍ ୱେବ୍ ଟାୱାରରୁ ଏହା ଜାଣିପାରି ପିଛାକରି କାଷ୍ଟ ହାଉସ୍ ଅଞ୍ଚଳରୁ ତାଙ୍କୁ କାବୁ କରିଥିଲେ ।ପ୍ୟାଣ୍ଟ ରେ ପଶିବା ପାଇଁ ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ। ସିଆଇଏସ୍‌ଏଫ୍ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ମାମଲା ରୁଜୁ କରିବା ସହ ଦୁଇ ଉଭୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।