Spread the love

ବଅଁରପାଳଶିଶୁ ବିଦ୍ୟାମନ୍ଦିର,ରେ ଅନୁଗୋଳ ସଂକୁଳ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ଅନୁଗୋଳ/ବଅଁରପାଳ ୧୨/୦୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବଅଁରପାଳରେ ଅନୁଗୋଳ ସଂକୁଳ ଜ୍ଞାନ ଵିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ।ସଂକୁଳ ଜ୍ଞାନ ବିଜ୍ଞାନ ଉତ୍ଘାଟନ ଉତ୍ସବ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସତ୍ୟବାନ ବରାହ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ଉତ୍ଘଟନ କରିଥିଲେ। ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ସାଧୁ ଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧର୍ମାନନ୍ଦ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସ୍ଥାନୟ ବିଦ୍ୟାଳୟ ର ପରିଚାଳନା ସମିତିର ସମ୍ପାଦକ ଅଖିଳ କୁମାର ମହାପାତ୍ର ଉକ୍ତ ଜ୍ଞାନ ବିଜ୍ଞାନ ମେଳା ରେ ଧନ୍ୟବାଦ ପ୍ରଦାନ କରି ଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବର୍ଗ ରେ ଅନୁଗୋଳ ସଙ୍କୁଳ ର 7ଟି ବିଦ୍ୟାଳୟ ମୋଟ 209 ଜଣ ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରି ଥିଲେ । ବିଚାରକ ଭାବେ ବିଜୟ କୁମାର ଧୀର,ବିଜୟ କୁମାର ଚାନ୍ଦ,ବିନୟ କୁମାର ମାଝି, ସୁବ୍ରତ କୁମାର ସାହୁ, ସୂର୍ଯ୍ୟକାନ୍ତ ବେହେରା ,ରଶ୍ମିତା ବେହେରା, ମଧୁସ୍ମିତା ସାହୁ,ଶୁଭେନ୍ଦ୍ର ସାହୁ,ଅଶୋକ ଦାସ,ବନ୍ଦନା ଜେନା ବିଚାରକ ଭାବରେ କାର୍ଯ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସଂକୁଳ ସଂଯୋଜକ ଆଲୋକ ଭୋଇ ,ସହ ପ୍ରଧାନ ଆଚାର୍ଯ୍ୟ ବିପ୍ର ଚରଣ ଦାଶ ଓ 16 ଜଣ ପରିଚାଳକ କାର୍ଯ୍ୟକ୍ରମ କୁ ପରିଚାଲିତ କରିଥିଲେ ପରିଶେଷରେ କୃତି ପ୍ରତିଭାଗି ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପରିଚାଳନା ସମିତି ସମସ୍ତ କାର୍ଯ୍ୟ କର୍ତ୍ତା ସମସ୍ତ ଆଚାର୍ଯ୍ୟ ଆଚାଯ୍ୟା,ସମସ୍ତ ସେବିକା ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *