Spread the love

ବଅଁରପାଳ ଠାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ।

 

ଅନୁଗୋଳ, ତା,୩୦.୧୧:- ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଅଫିସଠାରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧ୍ବକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ । ଦାଖଲ ହୋଇଥିବା ସମୁଦାୟ ୩୨ଟି ଅଭିଯୋଗରୁ ୨୮ଟି ବ୍ୟକ୍ତିଗତ ଓ ୦୪ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହାଛଡା ଦାଖଲ ହୋଇଥିବା ୩୨ଟି ଅଭିଯୋଗ ମଧ୍ୟରୁ ୨ଟି ଅଭିଯୋଗର ଆଜିର ଶିବିରରେ ଫଇସଲା କରାଯାଇଥିଲା । ଏହି ଶିବିରକୁ ଆସିଥିବା ଲୋକମାନେ ରାସ୍ତା, ଜମି ଜମା ବିବାଦ, ଭୂମିହୀନ, ରାସନ କାର୍ଡ, ପାରିବାରିକ ସମସ୍ୟା, ବିଜୁଳି ସମସ୍ୟା, ବାସଗୃହ ସମ୍ପର୍କିତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧୂକାରୀ ଶ୍ରୀ ହେମନ୍ତ କୁମାର ସିଂହ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବରତ୍ୟେନ୍ଦୁ ମହାନ୍ତି, ବଅଁରପାଳ ଗୋଷ୍ଠୀ ଊନ୍ନୟନ ଅଧୂକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

 

 

Leave a Reply

Your email address will not be published. Required fields are marked *