Spread the love

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଗଡିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ। ଏହି ପରୀପ୍ରେକ୍ଷୀରେ ଆଜି ସକାଳୁ ସକାଳୁ ଏକ ଗାଡ଼ିରେ ରଥ ସଦୃଶ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରି ଅର୍ପଣ ରଥ ବଡବିଲ ପୌରାଞ୍ଚଳ ରେ ଭ୍ରମଣ କରିଥିଲା। ବଡବିଲ ଅଞ୍ଚଳ ବାସିନ୍ଦା ମାନେ ଏହାକୁ ଅତି ଶ୍ରଦ୍ଧାର ସହକାରେ ଖୋଳ ତାଳ ମୃଦଙ୍ଗ ବଜାଇ ସଙ୍କୀର୍ତ୍ତନ କରି ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ କରଯାଇଥିବା ବେଳେ ବଡବିଲ ପୌରଅଧିକାରୀ ଅଭିଷେକ ପଣ୍ଡା ଓ ପୌରପାଳିକା ର ସମସ୍ତ କର୍ମଚାରୀ ସହସ୍ର ସଂଖ୍ୟାରେ ବଡବିଲ ବାସିନ୍ଦା ମାନେ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *