Spread the love

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତ ରେ ଦେଖିବାକୁ ମିଳିଛି ଏକ ନୃଶଂସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ବଲାଣି ଥାନା ଅନ୍ତର୍ଗତ ବଲାଣି ଜଙ୍ଗଲ ମଧ୍ୟରେ ଥିବା ପାଣି ନାଳ ନିକଟରୁ ଏକ ବିବାହିତ ଯୁବତୀର ମୃତ ଦେହ ଉଦ୍ଧାର କରିଛି ବାଲାଣି ପୋଲିସ୍। ଯାହାକି ସୂଚନା ରହିଛି ଯୁବତୀ ଜଣକ ନବ ବିବାହିତା ଏବଂ ବଲାଣି ବିର୍ସା କ୍ଳବ୍ ନିକଟରେ ତାଙ୍କ ଘର ବୋଲି ଜଣାପଡ଼ିଛି, ପାରିପାର୍ଶିକ ପରିବେଶ କୁ ଦେଖିଲେ ଅନୁମାନ କରାଯାଏ କି ଦୁଷ୍କର୍ମ ପରେ ଯୁବତୀ ଜଣକୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟହେବ।ଯାହାକି ସୁଚନା ରହିଛି ଗତକାଲି ଇଂରାଜୀ ନବ ବର୍ଷ ପାଳନ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ଅନୁମାନ କରାଯାଏ। ଏହି ଘଟଣା ପ୍ରଘଟ ହେବାପରେ ତାକୁ ଦେଖିବାକୁ ଘଟଣା ସ୍ଥଳକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ଘଟଣା ସ୍ଥଳରେ ବଡବିଲ ଉପଖଣ୍ଡ ଅଧିକାରୀ ଓ ବଲାଣି ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଶବକୁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ନେଇ ସୂଚନା।ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବଲାଣି ପୋଲିସ୍।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *