Spread the love

ବଡ଼ବିଲ ପୌରାଞ୍ଚଳରେ ନକଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ମ୍ୟାଚ୍ ଆୟୋଜିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ବିକାସ ମହଲ ଖେଳ ପଡିଆଠାରେ ନକ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ମ୍ୟାଚ୍ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ବିକାସମହଲ ଖେଳ ପଡିଆ ଠାରେ ବଡ଼ବିଲ କ୍ରୀଡ଼ା ସଙ୍ଘ ପକ୍ଷରୁ ନକଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଗତ ତିନିଦିନ ଧରି ଚାଲିଥିବା ବେଳେ ବେଳେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ ଯୋଗଦେଇ ଦେଇଥିଲେ ଓ ତାଙ୍କ ସହ ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁସ୍ ମହାପାତ୍ର,ବଡ଼ବିଲ ଶିଖ ସମାଜ ସଭାପତି ଦୟାଲ ସିଂ, ସନ୍ତୋଷ ପ୍ରାସାଦଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଅତିଥି ମାନେ ଖେଳ ପଡିଆ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ବାଦ୍ୟର ତାଳେ ତାଳେ ସ୍ବାଗତ କରାଯାଇଥିଲା। ଏହି ଫାଇନାଲ ମ୍ୟାଚ୍ କେନ୍ଦୁଝର ପୋଲିସ୍ ଟିମ୍ ଓ ବଡ଼ବିଲ ଏସଯେଏସପିଏଲ ମଧ୍ୟରେ ଖେଳାଯାଇଥିବା ବେଳେ କେନ୍ଦୁଝର ପୋଲିସ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ଦସ ଓଭରରେ ୧୧୧ ରନ୍ ର ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ବିପକ୍ଷ ଟିମ୍ ନଅ ଓଭର୍ ରେ ଏହି ମ୍ୟାଚ୍ କୁ ଜିତି ଚାମ୍ପୀୟାନ୍ ହୋଇଥିଲା , ବିଜୟୀ ଦଳକୁ ଟ୍ରଫି ସହ ନଗଦ ପଚିଶହଜାର ଟଙ୍କାର ଅର୍ଥ ରାଶି ଓ ରନର୍ଶଅଫ ଦଳକୁ ନଗଦ ପନ୍ଦର ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା ଏବଂ ଏହି ଖେଳକୁ ଉପଭୋଗ କରିବା ପାଇଁ ଶତାଧିକ ସଂଖ୍ୟାରେ ଅଞ୍ଚଳର ଖେଳପ୍ରେମି ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *