Spread the love

ବଡ଼ବିଲ ପୌରାଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ, ପନ୍ଦରରୁ ଅଧିକ ଆହତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ତିନି ଠାକୁରାଣୀ ଅଞ୍ଚଳରେ ଦେଖାଦେଇଛି ବୁଲା କୁକୁରଙ୍କ ଆତଙ୍କ। ବଡ଼ବିଲ ପୌରାଞ୍ଚଳ ଠାକୁରାଣୀ ଅଞ୍ଚଳରେ ଗୋଟେ ବୁଲା କୁକୁର ତାର ଆତଙ୍କ ସୃଷ୍ଟି କରିଛି। ଉକ୍ତ କୁକୁର କାମୁଡ଼ାରେ ଗତ ରାତ୍ରୀ ପ୍ରାୟ ସାଢେ ନଅଟା ପର୍ଯ୍ୟନ୍ତ ଦଶ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୁକୁର କାମୁଡ଼ାରେ ପ୍ରାୟ ପନ୍ଦର ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବା ନେଇ ସୂଚନା । ଆହତ ଙ୍କ ମଧ୍ୟରେ ଯୁବକ ବୁର୍ଦ୍ଧା ସମସ୍ତେ, ସେମାନେ କୁକୁର କାମୁଡ଼ାର ଶିକାର ହେବା ପରେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ନିଜ ନିଜର ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଭଳି ବୁଲା କୁକୁରଙ୍କ ଉପରେ ଆଞ୍ଚଳିକ ପ୍ରଶାସନ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *