Spread the love

ବଡ଼ବିଲ ରିଂ-ରୋଡ଼ ବା ବାଇପାସ ପାଇଁ ଅନୁମଦିତ ପରେ ନିର୍ମାଣକାର୍ଯ୍ୟ ତ୍ୱରିତ ନିମନ୍ତେ ବୈଠକ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଅଞ୍ଚଳ ବାସିନ୍ଦା ମାନେ ରିଂ-ରୋଡ ବା ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବହୁଦିନରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ବଡବିଲ ବାସି ଉପସ୍ଥାପନା କରିଆସୁଥିଲେ ଏବଂ ବିଗତ ଦିନରେ ଏହି ଦାବିକୁ ନେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ହଜାର ହଜାର ସଂଖ୍ୟାରେ ପୋଷ୍ଟକାର୍ଡ ବଡବିଲବାସୀ ପଠାଇଥିଲେ,କିନ୍ତୁ ବହୁ ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାପ୍ରଶାସନ ବଡବିଲ ବାସୀଙ୍କ କଥାକୁ ଶୁଣିଛନ୍ତି ଏବଂ ଏହି ରିଂ- ରୋଡ ନିର୍ମାଣ ପାଇଁ ଅର୍ଥବରାଦ ହୋଇଛି, ଏବଂ ଏହି ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରିତ କରିବା ସହ ଅତିଶିଘ୍ର ଏହାର କାର୍ଯ୍ୟ ଆରମ୍ଭ ନିମନ୍ତେ ବଡବିଲ ସିଭିଲସୋସାଇଟି ଡାକରାରେ ବଡବିଲ ବାସୀଙ୍କୁ ନେଇ ଏକ ବୈଠକ ବଡବିଲ ପୌରାଞ୍ଚଳ ଅନ୍ତର୍ଗତ ବଡବିଲ ବିକାଶ ମହଲ ସଭାଗୃହରେ ଆୟୋଜନ କରାଯାଇଥିଲା। ଏବଂ ଉପସ୍ଥିତ ବରିଷ୍ଟ ସ୍ଥାନୀୟ ବାସିନ୍ଦାମାନେ କିଭଳି ଭାବରେ ବିଗତ ଦିନରେ ଏହି ଦାବିକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ଭାବରେ ଅଭିନବ ପ୍ରୟାସ କରିଥିଲେ ଏବଂ କେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ବିଷୟରେ ତାଙ୍କର ସଂଘର୍ଷ ର ଅନୁଭୂତିକୁ ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ। ଯାହାଫଳରେ ଆଜି ସେ ବହୁଦିନର ଦାବୀ ପୂରଣ ହେବାକୁ ଯାଉଛି। ଏହି ରିଂ-ରୋଡ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସମ୍ପୂର୍ଣ୍ଣ ବଡବିଲ ବାସୀ ଓ ଏହାର ଆଖପାଖ ଅଞ୍ଚଳରେ ସର୍ବସାଧାରଣ ଙ୍କ ପାଇଁ ଅନେକ ମାତ୍ରାରେ ଟ୍ରାଫିକ ସମସ୍ୟା ଦୂରହେବା ସହ ସହର ମଧ୍ୟରେ ଦୁର୍ଘଟଣା ହ୍ରାସ ପାଇବ। ଗାଡି ମାଲିକ ମାନେ ମଧ୍ୟ ଅନେକାଂଶ ରେ ଆଶ୍ୱସ୍ତି ଅନୁଭବ କରିବେ କାହିଁକିନା ଗାଡି ମାଲିକମାନେ ୨୪ଘଣ୍ଟାର ଟାକ୍ସ ଦେଇ ୧୨ଘଣ୍ଟା ପାଇଁ ରାସ୍ତାରେ ଗାଡି ଚଳାଇ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ। ଏବଂ ଏହି ବାଇପାସ୍ ନିର୍ମାଣ ଦ୍ଵାରା ସହର ମଧ୍ୟରେ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ଭଳି ସମସ୍ୟା ଅନେକାଂଶ ରେ ହ୍ରାସ ପାଇବ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *