Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବନ୍ୟଜନ୍ତୁ ଶିକାର ଫାଶରେ ପଡି ଜଣଙ୍କ ମୃତ୍ୟୁ

(ଜେ ବି ଏନ /ସୁଶାନ୍ତ ମହାପାତ୍ର) ୧୧/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନଖଣ୍ଡ ଦୁଦୁରକୁଟ ଗ୍ରାମ ପଞ୍ଚାୟତ ରେ ବନ୍ୟଜନ୍ତୁ ଶିକାର ଫାଶରେ ପଡି ଜଣଙ୍କର ମୃତ୍ୟୁ ହୋଇଛି। ହିନ୍ଦୋଳ ବନଖଣ୍ଡ ଅଞ୍ଚଳରେ ଏମିତି ବାରମ୍ବାର ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଫାଶ ପକାଉଥିବାରୁ ଅନେକ ହାତୀ, ବାରହା ଓ ମନୁଷ୍ୟ ମରୁଥିବାର ଅଭିଯୋଗ ହେଇ ଆସୁଥିଲେ ମଧ୍ୟ ବନବିଭାଗ ଏଥିପ୍ରତି ଧ୍ୟାନ ଦେଉନଥିବାର ଅଭିଯୋଗ ହୋଇଆସୁଛି ।ସୂଚନା ମୁତାବକ ଦୁଦୁରକୋଟ ଗ୍ରାମ କଇଁଆ ସାହିର ଭୀମ ସାମଲ ଙ୍କ ପୁଅ ସୁଶାନ୍ତ ସାମଲ (୩୨) ଗଲା କାଲି ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ ଆଉ ସନ୍ଧ୍ୟା ୮ଟା ସମୟରେ ଭୋଜି ସାରି ଫେରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପଡ଼ି ଯାଇଥିଲେ ଯାହା ଫଳରେ କି ଘଟଣା ସ୍ଥଳରେ ହିଁ ସେ ମୃତ୍ୟୁ ବରଣ କରିଛନ୍ତି।