Spread the love

ଭୁବନେଶ୍ଵର: ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଗାମୀ ରଥଯାତ୍ରା ପାଇଁ ପୁଲିସ ବ୍ୟବସ୍ଥା କରିବାର ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ଡିଜି ଶ୍ରୀ ପ୍ରିୟଦର୍ଶୀ ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ଏବଂ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବାକୁ ଥିବା ବିଭିନ୍ନ ପୁଲିସ ୟୁନିଟ୍ ଗଠନ କରିବେ। ଏଥିସହିତ ସେ ପୁରୀଠାରେ ଏକ ସମନ୍ୱିତ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା ଲାଗି ସରକାରଙ୍କ ବିଭିନ୍ନ ବିଭାଗ ସହିତ ସମନ୍ୱୟ ସ୍ଥାପନ କରିବେ।

ପୁରୀ ବଡ଼ଦାଣ୍ଡ, ସମୁଦ୍ର କୂଳ, ଉତ୍ତରା ଛକଠାରୁ ପୁରୀ ଏବଂ ପୁରୀଠାରୁ କୋଣାର୍କ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ସଂଯୋଗ ଦାୟିତ୍ୱରେ ମଧ୍ୟ ରହିବେ।

Leave a Reply

Your email address will not be published. Required fields are marked *