Spread the love

ବହୁ ପ୍ରତୀକ୍ଷିତ ଫୁଲପାଳ-ବାଲି ସାହି-ମୁଣ୍ଡିଆ ସାହି-ସମାଖୋଇ-ବାରସିଂହା ରାସ୍ତାର ଭୂମି ପୂଜନ :

 

ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ୩ ନଂ ଯୋନ ଅନ୍ତର୍ଗତ ବହୁ ପ୍ରତୀକ୍ଷିତ ଫୁଲପାଳ-ବାଲି ସାହି-ମୁଣ୍ଡିଆ ସାହି-ସମାଖୋଇ-ବାରସିଂହା ରାସ୍ତାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଯାହା ୬ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ। ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ବିଧାୟକ ଅନୁଗୋଳ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ବହୁ ବର୍ଷର ଦାବି ଯାହା ବଲାସିଂହା – କାଙ୍ଗୁଲା ବେନ୍ତପୁର- ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ଗମନାଗମନକୁ ସଦୃଢ଼ କରିବା ସହିତ ବାଲି ସାହି ଏବଂ ମୁଣ୍ଡିଆ ସାହିର ବାସିନ୍ଦା ବହୁ ଦିନର ଦୁର୍ଦ୍ଦଶାରୁ ତ୍ରାହି ପାଇବେ। ଏଥି ସହିତ ଅଙ୍ଗାରବନ୍ଧ ଗ୍ରାମର ପ୍ରସିଦ୍ଧ ଅଲେଖ ମହିମା ଧାମକୁ ଯାତାୟାତ ସୁବିଧା ଭାବେ ହୋଇପାରିବ। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ମାନ୍ୟବର ବିଧାୟକଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ବଲାସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏଥି ସହିତ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାଟର ମଧ୍ୟ ଉଦ୍ଘାଟନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟ ଧୁର୍ବ ଦେହୁରୀ, ସରପଞ୍ଚ ମମତା ପ୍ରଧାନ, ସମିତି ସଭ୍ୟ ସୁଶାନ୍ତ ପ୍ରଧାନ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ଜିଲ୍ଲା ବିଜେଡି ଉପ-ସଭାପତି ଭାଗିରଥି ମାଝୀ, ପୂର୍ବତନ ସରପଞ୍ଚ ସାରଥୀ ପ୍ରଧାନ, ପୂର୍ବତନ ସରପଞ୍ଚ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *