Spread the love

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ମଶାଲ ଶୋଭାଯାତ୍ରା

କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଜି ଏକ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ଯାହାକି ସୂଚନା ରହିଛି ଆମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଏହି ବିଶାଳ ମଶାଲ ଶୋଭାଯାତ୍ରା ରାଷ୍ଟ୍ରୀୟ ହିନ୍ଦୁ ଏକତାମଞ୍ଚ ପକ୍ଷରୁ ଅୟୋଜନ କରାଯାଇଥିଲା। ଏହି ଅବସରରେ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଭୋଳା ଗ୍ୟାରେଜ୍ ନିକଟସ୍ତ ଭଗତ ସିଂ ଛକ ନିକଟରୁ ଶତାଧିକ ସଂଖ୍ୟାରେ ପୁରୁଷ ମହିଳା ବାହାରି ବାଂଲାଦେଶ ସରକାର ର ମୁଖିଆ ସାଜିଥିବା ଏମ ଡି ୟୁନୁସ ଙ୍କ କୁଶପୁତ୍ତଳିକା ଧରି ତାଙ୍କୁ ଜୋତା ମାଳ ପିନ୍ଧାଇ ୟୁନୁସ୍ ସରକାର୍ ଓ ବାଂଲାଦେଶ ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆସି ବଡ଼ବିଲ ମାର୍କେଟ ସ୍ଥିତ ଅଟଳ ଛକ ନିକଟରେ ପହଞ୍ଚି ସେଠାରେ ଏମ ଡି ୟୁନସ ଙ୍କ କୁଶପୁତ୍ତଳିକା ଦାହ କରିବା ସହ ବାଂଲାଦେଶ ର ୟୁନୁସ ସରକାର୍ ବିରୋଧରେ ଗର୍ଜିବା ସହ ବାଂଲାଦେଶୀ ଭାରତ ଛୋଡ ବାଂଲାଦେଶୀ ଓଡ଼ିଶା ଛୋଡ ନାରା ଦେବାସହ ବାଂଲାଦେଶୀ ଥୁ ଥୁ ବାଂଲାଦେଶୀ ହାଏ ହାଏ ନାରା ଦେଇଥିଲେ ଓ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବଡ଼ବିଲ ପ୍ରଶାସନ କୁ ଅନୁରୋଧ କରିଥିଲେ କି ଅଞ୍ଚଳରେ ଅନୁପ୍ରବେଶ କରିଥିବା ସମସ୍ତ ବାଂଲାଦେଶୀ ଙ୍କୁ ଚିହ୍ନଟ କରି ଅଞ୍ଚଳ ତଥା ଦେଶରୁ ଅତିଶିଘ୍ର ତଡିବାକୁ ଅନୁରୋଧ କରିଥିଲେ। ଏହି ସମଗ୍ର ରାଲୀ ସମୟରେ ବାଂଲାଦେଶୀ ଙ୍କ ବିରୋଧରେ ଜନସାଧାରଣ ଙ୍କ ମଧ୍ୟରେ ଘୋର ଆକ୍ରୋଶ ଦେଖାଦେଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *