Spread the love

ବାଞ୍ଜି ପଦର ଗାଁ ଠାରେ ମାଁ ସରସ୍ଵତୀ ଙ୍କ ପୂଜା ଅନୁଷ୍ଠିତ ।

ଗୋଲାମୁଣ୍ଡା, ୨୩।୧(ଜେ ବି ଏନ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାଞ୍ଜି ପଦର ଗ୍ରାମ ର ମିଳିତ ଆନୁକୁଲ୍ୟରେ ବାକଦେବୀ ମାଁ ସରସ୍ଵତୀ ଙ୍କ ପୂଜା ପାଇଁ କଳସ ଯାତ୍ରା ସମାପ୍ତ ହୋଇଯାଇଛି। ଶତାଧିକ ମହିଳା ଏହି କଳସ ଯାତ୍ରଶଙ୍ଖ ଘଣ୍ଟ ହୁଳହୁଳି, ହରିବୋଲ ସହ ସଙ୍କୀର୍ତ୍ତନ ବାଦ୍ୟ ବଜାଇ ଜୋର ନଳା ପଦ୍ମନ ଦାସ ଗୋସାଇଁଙ୍କ ମନ୍ତ୍ର ପାଠ ସହ ପୂଜାର୍ଚ୍ଚନା କରାଯାଇ ଜଳ ପୂର୍ଣ୍ଣ କଳସ ଉଠା ଯାଇଥିଲା ଏବଂ ଶ୍ରଦ୍ଧା ମନରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଆଜି ୨୩ ତାରିଖ ପ୍ରାତଃ ସମୟରେ ବାକଦେବି ମାଁ ସରସ୍ଵତୀ ଙ୍କ ପୂଜା ଆରମ୍ଭ ହୋଇଛି ଏବଂ ତିନି ଦିନ ଧରି ଚାଲିବା ସହ ପ୍ରତ୍ୟେକ ରାତ୍ରି ରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଗୋଲାମୁଣ୍ଡା ର ପଦ୍ମନ ଦାସ ପୂଜକ କାର୍ଯ୍ୟ ନିର୍ବାହ କରିଥିବା ବେଳେ କ୍ଷୀରସିନ୍ଧୁସାହୁ ଧର୍ମପତ୍ନୀ ଲକ୍ଷ୍ମୀ ସାହୁ କର୍ତ୍ତା କାର୍ଯ୍ୟ ତୁଲାଉଛନ୍ତି ।ଓ ଗ୍ରାମ ବାସୀଙ୍କ ସହଯୋଗ ରେ ପୂଜା ଆ ୟୋ ଜନ କରା ଯାଇଛି

ଧର୍ମଗଡ ଉପଖଣ୍ଡ ରୁ କପୂରଚନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *