Spread the love

ବାମେବାରି ପୋଲିସର ଚଢ଼ାଉ, ଚୋରା ଖଣିଜ ବୋଝେଇ ୩ ହାଇୱ। ସହ, ୨ବୋଲେରୋ,୧ ସ୍କର୍ପିଓ ସମେତ ୬ ଅଭିଯୁକ୍ତ ଗିରଫ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିବା ପରି ମନେହୁଏ। ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ରେ ଦିନକୁ ଦିନ ବୃଦ୍ଧି ପାଉଛି ଖଣି ମାଫିଆ ମାନଙ୍କ ପାଦୃଭାବ। ଖଣିଜ ପଦାର୍ଥ ଚୋରାଚାଲାଣ ବେଳେ ପୋଲିସ୍ ର ଚଢ଼ାଉ। କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ପିଢ଼ ପୋଖରୀ ମ।ଲ।ଙ୍ଗଟୋଲି ବନ।ଞ୍ଚଳରୁ ଚୋରାରେ ଖଣିଜ ପଦାର୍ଥ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୩ ଟି ଖଣିଜ ସମ୍ପଦ ବୋଝେଇ ହାଇୱ।, ୨ଟି ବୋଲେରୋ, ଗୋଟିଏ ସ୍କର୍ପିଓ ଗାଡି ଜବତ କରିବା ସହିତ ଏଥିରେ ସଂପୃକ୍ତ ୬ ଜଣ ଖଣି ମାଫିଆଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା। ଉକ୍ତ ଅଞ୍ଚଳରେ ଖଣି ମାଫିଆମାନେ ଗାଡ଼ି ଲଗାଇ ଚୋର। ଖଣିଜ ପଦାର୍ଥ ବୋଝେଇ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବ। ପରେ ଅତର୍କିତ ଚଢ଼ାଉ କରିଥିଲା ପୋଲିସ୍। ଫଳରେ ଉକ୍ତ ଅଂଚଳରେ ଦୁଇଟି ବୋଲେରୋ , ଗୋଟିଏ ସ୍କର୍ପିଓ ଖଣିଚୋର ମାନେ ରହି ୩ଟି ହାଇୱ। ରେ ଚୋରା ଲୁହାପଥର ବୋଝେଇ କରୁଥିବା ବେଳେ ପୋଲିସ ଗାଡ଼ି ଗୁଡ଼ିକୁ ଜବତ କରିବା ସହିତ ୬ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଉକ୍ତ ତିନୋଟି ହାଇୱ। ରେ ପ୍ରାୟ ୧୨୦ ମେଟ୍ରିକ୍ ଟନ୍ ଉନ୍ନତ ମାନର ଲୁହାପଥର ବୋଝେଇ ହୋଇଥିବା ବେଳେ ଏହାର ହାରାହାରି ବଜାର ମୂଲ୍ୟ ୮ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *