( ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଗୋଡ଼ା ଠାରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ )
ଜଗତସିଂହପୁର
ତା=11/10/23
ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ କରାଯାଇ ପବିତ୍ର ଜୟପ୍ରକାଶ ଜୟନ୍ତୀ ରେ ଉଦଯାପିତ ହୋଇଯାଇଛି | ଏହି ପରିପ୍ରେକ୍ଷୀ ରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ହଜାର ହଜାର କର୍ମୀ ବିଧାୟକ ରଘୁନନ୍ଦନ ଦାସ ଙ୍କ ନେତୃତ୍ୱ ରେ ବାଲିକୁଦା ବଜାର ରୁ ବିରାଟ ଶୋଭାଯାତ୍ରା ରେ ଦୀର୍ଘ ପନ୍ଦର କିଲୋମିଟର ପଦ ଯାତ୍ରା ରେ ପରିକ୍ରମା କରି ଗୋଡ଼ା ପଂଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ଉଦଯାପନୀ ସମାରୋହ ରେ ଯୋଗଦେଇଥିଲେ | ଏରସମା ବ୍ଲକ ବିଜେଡି ସଭାପତି ପୀତବାସ ଗୋଛାୟତ ଙ୍କ ସଭାପତିତ୍ୱ ରେ ବରିଷ୍ଟ ବିଜେଡି ନେତା ଡକ୍ଟର ପ୍ରସନ୍ନ କୁମାର ପାଟଶାଣି, ରାଜ୍ୟ ବିଜେଡି ସମ୍ପାଦକ ସାରଦା ପ୍ରସାଦ ଜେନା | ନାରୀ ନେତ୍ରୀ ମୀରା ଦାସ, ଜିଲ୍ଲା ସଭାପତି ରବି ନାରାୟଣ ଜେନା, ବାଲିକୁଦା ବ୍ଳକ ଅଧ୍ୟକ୍ଷ ପ୍ରକାଶ କୁମାର ପ୍ରଧାନ, ଏରସମା ବ୍ଳକ ଅଧ୍ୟକ୍ଷ। ଲଷ୍ମୀ ପ୍ରିୟା ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ବିଧାୟକ ରଘୁନନ୍ଦନ ଦାସ ଙ୍କ ସୁପୁତ୍ର ଆଦିତ୍ୟ ରଞ୍ଜନ ଦାସ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
