Spread the love

(ବାଲିଘର ର ତେତିଶି ତମ ବାର୍ଷିକ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =17/1/23

ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଓ ସାମାଜିକ ପ୍ରତିଷ୍ଠାନ ବାଲିଘରର ୩୩ତମ ବାର୍ଷିକ ଉତ୍ସବ ତିର୍ତ୍ତୋଲ ଥାନା ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦାସ୍ଥିତ ବାଲିଘର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ କବିତା ପାଠୋତ୍ସବ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ୟର କୋଣଅନୂକୋଣରୁ ସାହିତ୍ୟ ବିଶାରଦ ମାନେ ଯୋଗଦେଇଥିଲେ।ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କବି କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱବଧାନରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ଅଜୟ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାଲ୍ଲା ଗାୟକ ଗାୟକ ଶେଖର ଜଗନ୍ନାଥ ବେହେରା ଉତ୍ସବକୁ ଉଦଘାଟନ କରିଥିଲେ।ସାହିତ୍ୟ ସମ୍ପର୍କର ସେତୁ ଶୀର୍ଷକ ଆଲୋଚନା ଚକ୍ରରେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଦାଶ ବେନୁହର,ପ୍ରଫେସର ସାନ୍ତନୁ ଆଚାର୍ଯ୍ୟ, ଛନ୍ଦା ମିଶ୍ର,ବିଜୟ ମଲ୍ଲ,ପୀତାମ୍ବର ତରେଇ,ବଙ୍କିମ ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ସମାଜ ଗଠନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଭିନ୍ନଭିନ୍ନ ମତଦେଇ ଆଲୋଚନା କରିଥିଲେ।ସାହିତ୍ୟର ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୨୩ମସିହା ବାଲିଘର ସାହିତ୍ୟ ସମ୍ମାନ ସାନ୍ତନୁ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିବା ବେଳେ ଅଙ୍ଗୁରବାଳା ପରିଡାଙ୍କୁ ବାଲିଘର କବିତା ସମ୍ମାନ, ଭାଗୀରଥି ଦାସଙ୍କୁ ଉପନ୍ୟାସ ସମ୍ମାନ, ଅଧ୍ୟାପକ ଜଗନମୋହନ ସାହୁଙ୍କୁ ପ୍ରବନ୍ଧ ସମ୍ମାନ, ତପନ ସାମନ୍ତରାୟଙ୍କୁ ଯୁବ ସମାଜସେବୀ ସମ୍ମାନ,ନୃସିଂହ ତରେଇଙ୍କୁ ଯୁବପ୍ରତିଭା ସମ୍ମାନ, ବାବାଜୀ ଚରଣ ଜେନାଙ୍କୁ ଗୀତିକବି ସମ୍ମାନ ଆଦି ପ୍ରଦାନ କରାଯାଇଥିଲା।ନାଟ୍ୟକାର କୈଳାସ ମଲ୍ଲିକ, କବି ବସନ୍ତ କୁମାର ବାରିକ,ଶାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ଓ ଗୀତା ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

:

Leave a Reply

Your email address will not be published. Required fields are marked *