Spread the love

ବିଜୁ ବାବୁ ୨୬ତମ ତିରୋଧାନ ଦିବସ ଅବସରରେ ବିଜୁ ଯୁବ ଜନତା ଦଳର ସ୍ବେଛାକୃତ ରକ୍ତଦାନ ଶିବିର,

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ଆଜି ବଅଁରପାଳ ବ୍ଲକ ଅନ୍ତର୍ଗତ ବଡକେରେଜାଙ୍ଗ ପଞ୍ଚାୟତ ଠାରେ ,” ବିଜୁ ଯୁବ ଜନତା ଦଳ *ଓ* ଓଡିଶା – ମୋ – ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ( ବସୁଧା ) ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରି ଥିବା ବେଳେ ମୁଖ୍ୟ ଅତିଥୀ ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ବିଜୁ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥୀ ଭାବେ ବଅଁରପାଳ ବ୍ଲକ ଅଧକ୍ଷ ବିଜୟ କୁମାର ନାଥ, ୨୫ନଂ ଜିଲ୍ଲା ପରିଷଦ ଦିଲ୍ଲୀପ୍ କୁମାର ପ୍ରଧାନ, ବଅଁରପାଳ ବ୍ଲକ ବିଜୁ ଯୁବ ଜନତା ଦଳ ର କାର୍ଯ୍ୟକାରୀ ସଭାପତି ତଥା ତୁବେ ପଞ୍ଚାୟତ ସରପଞ୍ଚ ଅନିଲ୍ କୁମାର ପ୍ରଧାନ, ବିଜେଡି ବରିଷ୍ଠ ନେତା ଶେଷଦେବ ସାହୁ, ଅଗସ୍ତି ସାହୁ ସାମିଲ ହୋଇଥିଲେ। ବିଜୁ ଯୁବ ଜନତା ଦଳ ର ଜିଲ୍ଲା ଉପ ସଭାପତି ତଥା ପଞ୍ଚାୟତ ସଭାପତି ଦୁଷ୍ମନ୍ତ ପ୍ରଧାନ ଓ ଜିଲ୍ଲା ସମ୍ପାଦକ ସରୋଜ ସାହୁ ଙ୍କ ତତ୍ତ୍ବାବଧନରେ ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା। ଏହି ଶିବୀରରେ ବିଜୁ ଯୁବ ଜନତା ଦଳ ର କର୍ମକର୍ତ୍ତା ମାନେ ସାମିଲ ହୋଇ ରକ୍ତଦାନ କରିଥିଲେ। ବିଜୁ ଯୁବ ଜନତା ଦଳ ର ନିର୍ବାଚନ ମଣ୍ଡଳୀ ସଭାପତି ସତ୍ୟବ୍ରତ ଦେହୁରୀ, ଜିଲ୍ଲା ସମ୍ପାଦକ ଅମିତ କୁମାର ଦାସ, ଛେଣ୍ଡିପଦା ବ୍ଲକ ସଭାପତି ଆଶିଷ କୁମାର ପ୍ରଧାନ, ଛାତ୍ର ସମ୍ପାଦକ ବିଶ୍ବଜିତ ସାହୁ ,ଏହି ଶିବୀରକୁ ପରିଚାଳନା କରିଥିଲେ। ଏହି ଶିବିରରେ ୬୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Leave a Reply

Your email address will not be published. Required fields are marked *