Spread the love

ବିଜେଡି ସଂଖ୍ୟାଲଘୁ ସେଲ୍‌ର ପୁନର୍ଗଠନ: ଏସ୍‌.କେ. ନିଜାମୁବ୍ଦିନ ରାଜ୍ୟ ସଭାପତି

ଭୁବନେଶ୍ୱର, ୨୬/୮: ସଂଗଠନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସଂଖ୍ୟାଲଘୁ ସେଲ୍‌ର ନବଗଠନ କରାଯାଇଛି। ଦଳୀୟ ସଂଗଠନରେ ପରିବର୍ତ୍ତନ ପ୍ରକ୍ରିୟା ଜାରି ରଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସେଲ୍‌ର ନୂଆ ଟିମ୍‌ ଘୋଷଣା କରିଛନ୍ତି।

ବିଜେଡିର ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ୍‌.କେ. ନିଜାମୁବ୍ଦିନଙ୍କୁ ରାଜ୍ୟ ସଂଖ୍ୟାଲଘୁ ସେଲ୍‌ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ବିଧାୟକ ରୋହିତ ଯୋଶେଫ ତୀର୍କି, ରିଜୱାନା ବେଗମ ଓ ଅମଜାଦ ଅଲ୍ଲୀ ଖାନଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି।

ସେହିପରି ଦିଲ୍ଲୀପ ତୀର୍କି, ମୁଜିବୁଲ୍ଲା (ମୁନ୍ନା) ଖାନ ଓ ସାଂସଦ ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ସେଲ୍‌ର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି।

ନୂଆ ଟିମ୍‌ରେ ୨୮ ଉପସଭାପତି, ୩୦ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ ସାଧାରଣ ସମ୍ପାଦକ, ୨୫ ସମ୍ପାଦକ ଓ ୨୧ ଯୁଗ୍ମ ସମ୍ପାଦକ ସ୍ଥାନ ପାଇଛନ୍ତି। ଏଥିସହ ଦଳର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ସଂଖ୍ୟାଲଘୁ ସେଲ୍‌ର ନୂଆ ସଭାପତି ମଧ୍ୟ ଘୋଷଣା କରାଯାଇଛି।

ଜିଲ୍ଲାସ୍ତରରେ ଢେଙ୍କାନାଳ ପାଇଁ ହସରତ ହୁସେନ, ବାଲେଶ୍ୱର ପାଇଁ ଅବଦଶ ସମାଦ ଖାନ, ଭଦ୍ରକ ପାଇଁ ଜମିଲ ଅଖତର ଖାନ, ଭୁବନେଶ୍ୱର ପାଇଁ ମୁସରଫ ଖାନ, ବୌଦ୍ଧ ପାଇଁ ଏମ୍‌.ଡି. ସଫିଉଲ, ବଲାଙ୍ଗୀର ପାଇଁ ଏମ୍‌.ଡି. ଅସଦୁଲ୍ଲା ଖାନ, ଦେବଗଡ଼ ପାଇଁ ଭୁଷଣ ମିଞ୍ଜ, ବରଗଡ଼ ପାଇଁ ଏସ୍‌.କେ. ନାଜିମୁବ୍ଦିନ, ଗଜପତି ପାଇଁ ପ୍ରଶାନ୍ତୋ ବୀରୋ ଓ ଗଞ୍ଜାମ ପାଇଁ କୁଲଦୀପ ସିଂ ଧିଲନଙ୍କୁ ଦାୟିତ୍ୱ ମିଳିଛି।

ଏହାସହ ଜଗତସିଂହପୁର, ଝାରସୁଗୁଡ଼ା, କନ୍ଧମାଳ, କଟକ, କେନ୍ଦୁଝର, କଟକ ମହାନଗର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ-୨, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ରାଉରକେଲା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ସମେତ ଅନ୍ୟ ସାଂଗଠନିକ ଜିଲ୍ଲା ପାଇଁ ମଧ୍ୟ ନୂଆ ସଭାପତି ଘୋଷଣା ହୋଇଛି।

ବଲାଙ୍ଗୀରରେ ଅବଦୁଲ ରଫିକ (ସଜ୍ଜୁ), କଟକ ମହାନଗରରେ ଜନ୍‌ ଆଶିଷ ବରାଳ ଏବଂ ସୁନ୍ଦରଗଡ଼ରେ ବିଜୟ କୁମାର ସୋରେଙ୍ଗଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।

ସଂଖ୍ୟାଲଘୁ ସେଲ୍‌ର ଏହି ନବଗଠନକୁ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ଅଧିକ ସକ୍ରିୟ କରିବା ଦିଗରେ ବିଜେଡିର ଏକ ପଦକ୍ଷେପ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *