Spread the love

ବିଜେପି ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା ନେତାଙ୍କ ଭିଡ଼।

ବରିଷ୍ଠ ନେତାମାନଙ୍କ ଗହଣରେ ଯାଇ ନିତିନ ନବୀନ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରାର୍ଥିତ୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ନିତିନ ଗଡ଼କରୀ ପ୍ରମୁଖ ବରିଷ୍ଠ ନେତା ସମର୍ଥନ କରିଥିଲେ ।

ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ତାଙ୍କ ନାଁ ଘୋଷଣା କରାଯିବ। ବେଶ୍ କିଛିଦିନ ଧରି ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତିଙ୍କୁ ନେଇ ସସପେନ୍ସ ଲାଗିରହିଥିଲା। କିନ୍ତୁ ଗତ ମାସରେ ନିତିନ ନବୀନଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯିବା ପରେ ସ୍ପଷ୍ଟ ସଂକେତ ମିଳିଥିଲା ଯେ ସେ ହିଁ ବିଜେପି ରାଷ୍ଟ୍ରୀୟ ସଭାପତି ହେବେ ।…

ଆଜିଠୁ ବିଜେପିରେ ନିତିନ ଯୁଗ

ବିଜେପିର ସର୍ବକନିଷ୍ଠ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ବନିବେ ନିତିନ

୪୫ ବର୍ଷ ପୁରୁଣା ଦଳକୁ ମିଳିବ ୪୫ ବର୍ଷୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଆଜି ଦିନ ୧୧ଟା ୩୦ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନାଁ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ

ନିତିନଙ୍କ ଆଗରେ ରହିବ ୫ ରାଜ୍ୟରେ ନିର୍ବାଚନ ସମେତ ଅନେକ ଆହ୍ୱାନ

ପଶ୍ଚିମବଙ୍ଗ ବିଧାନସଭାରେ ବିଜେପିକୁ ବିଜୟୀ କରିବା ଅଗ୍ନିପରୀକ୍ଷା

ନିତିନ ନବୀନଙ୍କ ସମର୍ଥନରେ ୩୭ ସେଟ୍ ନାମାଙ୍କନ ଦାଖଲ

ଯୁବପିଢ଼ିକୁ ଉତ୍ସାହିତ କରିବା ପାଇଁ ଦଳ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା

ବିହାର ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଛନ୍ତି ନିତିନ ନବୀନ

ଏବେ ବିହାରରେ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ମନ୍ତ୍ରୀ ଅଛନ୍ତି

ଡିସେମ୍ବରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହୋଇଥିଲେ।

Leave a Reply

Your email address will not be published. Required fields are marked *