Spread the love

ବିଡିଓଙ୍କ ଏକ ହଜାର ଟଙ୍କାପାଇ ଆଉପାଞ୍ଚ ମାସର ଭତା ମିଳିବ ନାହିଁ ବୋଲି ଚିନ୍ତାରେ ଗୁରୁବାରୀ ଆଖି ବୁଜିଲେ ।

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତର ୯୦ ବର୍ଷୀୟା ବୃଦ୍ଧା ପାଞ୍ଚ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ଥିବାବେଳେ ପଞ୍ଚାୟତ ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ । ବୃଦ୍ଧା ଜଣକ ହେଲେ ଫରଙ୍ଗ ଗ୍ରାମର ଗୁରୁବାରୀ ହଂସ ସେ ଭତ୍ତା ନ ପାଇବାରୁ ଚିନ୍ତାରେ ନିଜର ସ୍ୱାସ୍ଥ୍ୟ ଭଲ ନ ଥିଲା । ଏ ନେଇ ସ୍ଥାନୀୟ ଗ୍ରାମର ଉଦିଆ ନିଆଲ ଓ ଜୟ ବାରିକ ଫୋନ ଯୋଗେ ବିଡ଼ିଓ ଶ୍ରୀଧର ପଣ୍ଡାଙ୍କୁ ବୃଦ୍ଧାର ଅବସ୍ଥା ବିଷୟରେ ଜଣାଇଥିଲେ, ବିଡିଓ ହୃଦୟଙ୍ଗମ କରି ଉଦିଆ ନିଆଲଙ୍କ ଫୋନ ପେରେଏକ ହଜାର ଟଙ୍କା ପଠାଇ ଦେଇଥିଲେ । ସଙ୍ଗେ ସଙ୍ଗେ ବୃଦ୍ଧା ଗୁରୁବାରୀ ହଂସଙ୍କ ପାଖକୁ ଯାଇ ବିଡିଓ ପଠାଇ ଦେଇଥିବା ଏକ ହଜାର ଟଙ୍କା ଦେଇଥିଲେ । ଭାଗ୍ୟର ବିଡମ୍ବନା ଏମିତି ହେଲା ଯେ ବୃଦ୍ଧା ସେହି ଟଙ୍କାଙ୍କୁ ଉପଭୋଗ କରି ପାରିଲେ ନାହିଁ । ଗତକାଲି ସୋମବାର ଦିନ ଗୁରୁବାରୀ ହଂସ ସବୁଦିନ ପାଇଁ ଏ ଦୁନିଆରୁ ଆଖି ବୁଜିଦେଇଛନ୍ତି,ପରିବାର ପକ୍ଷରୁ କୁହାଯାଇଛି ଯେ, ପାଞ୍ଚ ମାସରଭତା ଆଉ ନ ମିଳିବାରୁଚିନ୍ତାରେ ମୃତ୍ୟୁ ହୋଇଥିଲା ବୋଲି ତାଙ୍କର ପୁଅ ମକୁନ୍ଦ ହଂସ, ଓ ବିଷ୍ଣୁ ହଂସ ଗଣମାଧ୍ୟମ ପ୍ରତିନିଧି ଠାରେ ପ୍ରକାଶ କରିଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ଖବର ଶୁଣି ହରିଶଙ୍କର ପଡାର ଆଉ ଏକ ବୃଦ୍ଧା ପଞ୍ଚମୀ ବେୱା ସାତମାସ ହେବ ଭତ୍ତା ପାଇ ନ ଥିବା ଜାଣିପାରି ସରପଞ୍ଚଙ୍କ ପ୍ରତିନିଧିକୁନୁ ଭୋଇ ପହଞ୍ଚି ବୃଦ୍ଧାଙ୍କ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେବୋଲି ବିଡିଓ କହିଛନ୍ତି,ହେଲେ ପଞ୍ଚାୟତର କର୍ମଚାରୀ ମାନଙ୍କ ଉଦାସୀନତା ମନଭାଵ ଯୋଗୁଁ ଗୁରୁବାରି ଭତ୍ତାରୁ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଅଞ୍ଚଳରେ ଜୋର ଚର୍ଚ୍ଚା ଧରିଛି ।ହେଲେ ପରିବାର ପକ୍ଷରୁ କୁହାଯାଇଛି ଯେ ଭତା ପାଇଁ ମାଆ ମୃତ୍ୟୁ ହେଲାବୋଲି ଗଣମାଧ୍ୟମ ପ୍ରତିନିଧି ଠାରେ ପ୍ରକାଶ କରିଛନ୍ତି, ତେବେ ଗୁରୁବାରୀର ମୃତ୍ୟୁ ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଦାୟୀ ନା ଲୋକ ପ୍ରତିନିଧି ଦାୟୀ ନା ବ୍ଲକ ପ୍ରଶାସନ ଦାୟୀ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି, ଏ ନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତ୍ୟୁ ଗୁରୁବାରିର ଭତା ଯାହା ଅଛି ବିଡିଓ ତୁରନ୍ତ ତଦନ୍ତ କରି ତାର ଦୁଇଟି ପୁଅଙ୍କୁ ପ୍ରଦାନ କଲେ ଦଶାହ କାର୍ଯ୍ୟ ରେ ଲାଗିବ ବୋଲି ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।
ଫରଙ୍ଗ ଗ୍ରାମ ପଂଚାୟତ ସର ପଞ୍ଚ କଣ ଜାଣି ପାରିଲେନାହିଁ କିଛଅମାସର ଭତା ପାଇ ନାହି ଏକଥା କାହିଁକି ଜାଣିବେ ତାଙ୍କର ପାଞ୍ଚ.ଦଶ ଲକ୍ଷ ଭୋଟରେ ଖର୍ଚ୍ଚକରି ଛନ୍ତି ତାହା କିପରି ବାହାର କରିବେ ସେଚିନ୍ତାରେ ଅଛନ୍ତି କିଏ ମଲେ କଣ ହେଲା ତାଙ୍କର ଅସୁବିଧା କଣ ଅଛି କିନ୍ତୁ ନିର୍ବାଚନ ଏସ୍ତାହାରରେ କହି ଥିଲେ ଗ୍ରାପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି କରିବି ତାହା କୁଆଡେ ଉଭେଇ ଗଲା ତାଙ୍କର ଦେଇ ଥିବା ପ୍ରତିଶ୍ରୁତି ଜିତିଲେ କିଏ କାହାର ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *