Spread the love


(ଆବକାରୀ ବିଭାଗ ପକ୍ଷରୁ ଦୁଇ ଚୋରା ମଦ ବ୍ୟବସାୟୀ ଗିରଫ ବିପୁଳ ମଦ ଜବତ )
ଜଗତସିଂହପୁର
ତା =14/6/23

ରାଜ୍ୟ ର କୋଣ ଅନୁକୋଣ ରେ ରାଜ ର ମାହୋଲ ଚାଲିଥିବା ବେଳେ ଚୋରା ମଦ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟୀକ ଅଭିବୃଦ୍ଧି ନିମନ୍ତେ ରାତି ଅଧିଆ କଟକ ରୁ ରଘୁନାଥପୁର ସ୍ଥିତ କାନ୍ଦରାପଟି ଗ୍ରାମକୁ OD O5 BD8744 ନମ୍ବର ବୋଲର ପିକପ ଭ୍ୟାନ୍ର ରେ ସେହି ଗ୍ରାମର ଅଭିଜିତ ନାୟକ |ପ୍ରତାପ ମଲ୍ଲିକ ଆଦି ଦୁଇ ଜଣ ଚୋରା ନକଲି ମଦ ବ୍ୟବସାୟୀ ବ୍ୟାପକ ଚୋରା ମଦ ଆଣି ଆସୁଥିବା ବେଳେ ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଇ ବିଶେଷ ସୂତ୍ରରୁ ଖବର ପାଇ ଜଗତସିଂହପୁର ଭାମ୍ୟମାଣ ଅବକାରୀ ବିଭାଗ କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ | ରାଜ୍ୟ ଅବକାରୀ ବିଭାଗ ନିର୍ଦେଶ କ୍ରମେ ପୂର୍ବ ପ୍ରସ୍ତୁତି ମୁତାବକ ଜଗତସିଂହପୁର ଅବକାରୀ ବିଭାଗ ପୋଲିସ ଚୋରା ମଦ ବ୍ୟବସାୟୀ ଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇ ଥିଲା | ଶେଷରେ ଜଗତସିଂହପୁର ଅବକାରୀ ବିଭାଗ ଚୋରା ମଦ ବ୍ୟବସାୟୀ ଙ୍କ ଠାରୁ ଅସି ପେଟି ରୁ ଉର୍ଦ୍ଧ ବ୍ୟାପକ ଚୋରା ମଦ ଜବତ କରିଵା ସହିତ ପିକପ ଭ୍ୟାନ୍ର ଜବତ କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ |

J

Leave a Reply

Your email address will not be published. Required fields are marked *