Spread the love

ଅନୁଗୋଳ: ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳି ନିଜେ ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ ଅଞ୍ଚଳରେ ଦୁଇଜଣ ବନ ଜଗୁଆଳି ଓ ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଚଢ଼ାଉ କରି ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ସେମାନେ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିଥିଲା। ଘଟଣାସ୍ଥଳରୁ ରନ୍ଧା ହରିଣ ମାଂସ ସହ ମୃତ ହରିଣର ମୁଣ୍ଡ ମଧ୍ୟ ଜବତ କରାଯାଇଛି।
ଏହି ଘଟଣା ବନ ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଆଇନଗତ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *