Spread the love

ବିଶିଷ୍ଟ ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ବାସୁଦେବ ବେହେରାଙ୍କ ପରଲୋକରେ ଭଜନ ସଂଧ୍ୟା,ସ୍କୁତିସଭା ଏବଂ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଯାଜପୁର ____ ବିଂଝାରପୁର ବ୍ଲକ୍ ସିଂହପୁର ନିକଟସ୍ଥ ଗୋବିନ୍ଦପୁର ଗ୍ରାମ ଅନ୍ତର୍ଗତ ଦେମାଳ ର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତି ବାସୁଦେବ ବେହେରାଙ୍କ ପରଲୋକରେ ଏକାଦଶ ଉପଲକ୍ଷେ ଏକ ସ୍କୁତିସଭା ସହ ସମ୍ବର୍ଧନା କାର୍ଯ୍ୟକ୍ରମ ଏବଂ ଭଜନ ସଂଧ୍ୟା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଧନେଶ୍ଵର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଆଡଭୋକେଟ୍ ଅକ୍ଷୟ ମଲ୍ଲିକ, ସହଦେବ ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ସାମଲ, ଅବସରପ୍ରାପ୍ତ ଏ ସ ଆଇ ନରହରି ପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ବାସୁଦେବ ବେହେରାଙ୍କ ଉପରେ ଅନେକ କଥା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁତ୍ର ଓ ପୁତ୍ରବଧୂ ଯଥା ନରେଶ ବେହେରା,ଅରୁଣ ବେହେରା,ପୁଜା ବେହେରା,ଲିଜା ବେହେରା,ଝିଅ ଓ ଜ୍ବାଇଁ କବିତା ଓ ସଞୟ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *