Spread the love

ବିଶ୍ଵ ଜଙ୍ଗଲ ଦିବସ ଉପଲକ୍ଷେ ଜଳ ବାୟୁ ପ୍ରଦୂଷଣ ରୋକିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିବେଦନ

ଅନୁଗୋଳ ଜିଲ୍ଲାର କିଛି ଯୁବକଙ୍କ ମାନେ ଆଜି ଦିନ ଦ୍ବିପ୍ରହରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖବାକୁ ମିଳିଥିଲା। ସୂଚନା ଯେ, ପ୍ରଦୀପ କୁମାର ସାହୁ ଙ୍କ ନେତୃତ୍ଵରେ ସେକେଣ୍ଡ ଲାଇଟ ୟୁଥ୍ ଆସୋସିଏସନ ର ସମସ୍ତ ସଦସ୍ୟ ମାନେ ବନ୍ତଳା ଅଞ୍ଚଳରୁ ସାଇକେଲ ଯୋଗେ ବିଶ୍ଵ ଜଙ୍ଗଲ ଦିବସ ପାଳନ କରିବା ସହ ଜିଲ୍ଲାର ପ୍ରତ୍ୟକ ସରକାରୀ କାର୍ଯ୍ୟାଳୟ କୁ ଯାଇ ଜଙ୍ଗଲ ରକ୍ଷା କରିବା ଏବଂ ଜଳ ବାୟୁ ପ୍ରଦୂଷଣ ରୋକିବା ପାଇଁ ଆଲୋଚନା କରିଥିଲେ। ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ନିକଟରେ ମଧ୍ୟ ଜଳ ବାୟୁ ପ୍ରଦୂଷଣ ରୋକିବା ପାଇଁ ପାଇଁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *