Spread the love

( ବୁଲାଙ୍କେଶ୍ୱର ମହାଦେବ ଙ୍କ ପୀଠରେ ସ୍ୱଚ୍ଛ ଭାରତ ଅଭିଯାନ ଓ ଗ୍ରାମ୍ୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର
ତା =3/9/23
ଜଗତସିଂହପୁର ଜ଼ିଲ୍ଲା ତ୍ରିତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଇନ୍ଦ୍ରାଷପୁର ଗ୍ରାମର ବୁଲାଙ୍କେଶ୍ୱର ମହାଦେବ ଙ୍କ ପୀଠ ରେ ଉଦ୍ୟମାନ ଯୁବ ପ୍ରତିଭା ଆମର କୁମାର ପଣ୍ଡା ଓ କ୍ଷେତ୍ରବାସୀ ଦାସ ଙ୍କ ଉଦ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା ଓ ଗ୍ରାମ୍ୟ ସଫେଇ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ନ୍ୟାୟବ ସରପଞ୍ଚ ମମତା ସ୍ୱାଇଁ, ପୂର୍ବତନ ସରପଞ୍ଚ ମୁର୍ମାୟସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ଵଛ ଭାରତ ଅଭିଯାନ ସଚେତନତା ପଦଯାତ୍ରା ବିଭିନ୍ନ ୱାର୍ଡ ପରିକ୍ରମା କରିବା ସହିତ ଗ୍ରାମ୍ୟ ରାସ୍ତା ସଫେଇ, ବୃକ୍ଷରୋପଣ ଆଦି ଜନହିତକର କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ | ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳ ର ବୁଦ୍ଧିଜୀବୀ ଜନ ସାଧାରଣ ଖୁବ ପ୍ରଶଂସା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *