Spread the love

ବୈଠାରୁ ଭାଈ ମେମୋରିଆଲ ଆନ୍ତଃଜିଲ୍ଲା ସ୍ମାରକୀ ଭଲିବଲ ଟୁର୍ଣ୍ଣମେଣ୍ଟ ଉଦଯାପିତ।

ମୋନାର୍ଚ୍ଚ ସିକ୍ସି ଦଳ ଚାମ୍ପିଅନ।

୦୩/୦୩: ବ୍ରହ୍ମପୁର ଷ୍ଟାଡିୟମ୍ ନିକଟସ୍ଥ ରୋଭର୍ କ୍ଲବ ଆନୁକୂଲ୍ୟରେ ଚାଲିଥିବା ବୈଠାରୁ ଭାଈ ମେମୋରିଆଲ ଆନ୍ତଃଜିଲ୍ଲା ସ୍ମାରକୀ ଭଲିବଲ ଟୁର୍ଣ୍ଣମେଣ୍ଟ ଆଜି ଫାଇନାଲ ମ୍ୟାଚ କନ୍ଧମାଳ ଜିଲ୍ଲାର ରେଣ୍ଡମସିକ୍ସି ଓ ଗୋଳାବନ୍ଧର ମୋନାର୍ଚ୍ଚ ସିକ୍ସି ମଧ୍ୟରେ ଖେଳ ହୋଇଥଲା। ଦୁଇ ଦଳ ମଧ୍ୟରେ ମ୍ୟାଚଟି ଅତି ସଂଘର୍ଷ ପୂର୍ଣ୍ଣ ରୋମଞ୍ଚକ ଭାବେ ମୁକାବିଲା ହୋଇଥଲା ଦର୍ଶକ ମଧ୍ୟ ମନଭରି ଉପଭୋଗ କରୁଥିଲେ। ମ୍ୟାଚ୍ ଆରମ୍ଭରୁ ଶେଷ ପଯ୍ୟନ୍ତ ବ୍ରହ୍ମପୁର ଜଗାବଳିଆ ନୃତ୍ୟ ଅନୁଷ୍ଠାନ ର ଯୁବତୀ ମାନଙ୍କ ଦ୍ଵାରା ଆଧୁନିକ ନୃତ୍ୟ ପରିବେଷଣ କରୁଥିଲେ। ଉକ୍ତ ମ୍ୟାଚରେ ୩-୦ ସ୍କ୍କୋର ପଏଣ୍ଟରେ ଗୋଳାବନ୍ଧର ମୋନାର୍ଚ୍ଚ ସିକ୍ସି ଆଗୁଆ ରହି ଚାମ୍ପିଅନ ହୋଇଛି। ଆଜିର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଅନ୍ୟ ମାନଙ୍କ ମଧ୍ୟରେ ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ , କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦୁଇ ଦଳ ର ଖେଳାଳିଙ୍କୁ ଉତ୍ସାହିତ କରିବା ସହ ରନର୍ଶ ଏବଂ ୱଇନର ଟିମକୁ ଟ୍ରଫି, ପୁରସ୍କାର ରାଶି ପ୍ରଦାନ କରିଥିଲେ।ଟ୍ରଫି ପ୍ରଦାନ କରିବା ସମୟରେ କ୍ଲବ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ହୃଷୀକେଶ ମହାପାତ୍ର ,ରବୀନ୍ଦ୍ର କୁମାର ସାହୁ,ସୁଧାକର ରେଡ୍ଡୀ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଜବାହରଲାଲ ପାତ୍ର ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *