Spread the love

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବେପାରୁଆ ପରୀକ୍ଷା ଘୋଷଣା ନୀତି ବିରୋଧରେ ଛାତ୍ରଛାତ୍ରୀଙ୍କ ଧରଣା.

ପୁରୁଷୋତ୍ତମପୁର ତାରା ତାରିଣୀ ମହା ବିଦ୍ୟାଳୟ ସମେତ ବିନାୟକ ଆଚାର୍ଯ୍ୟ , ଶଶି ଭୂଷଣ ରଥ ମହିଳା କଲେଜ, ଛତ୍ରପୁର ବିଜ୍ଞାନ କଲେଜ,ଗୋପାଳପୁର କଲେଜ,ମହାମାୟୀ ମହିଳା କଲେଜ,ଯଶୋଦା ମହିଳା କଲେଜ ର ଅନେକ ଛାତ୍ର, ଛାତ୍ରୀ ଆଜି ବ୍ରହ୍ମପୁର ଭଞ୍ଜ ବିହାର ବିଶ୍ୱ ବିଦ୍ୟାଳୟ ଆଗରେ ଯୁକ୍ତ ତିନି ପିଲାଙ୍କ 4ର୍ଥ ସେମିଷ୍ଟାର ପରୀକ୍ଷା ନିୟମ କୁ ବିରୋଧ କରି ବିଶ୍ଵବିଦ୍ୟାଳୟ ର କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିଛନ୍ତି | ଗ୍ରୀଷ୍ମ ଛୁଟି ରେ ଅଧ୍ୟାପକ, ଅଧ୍ୟାପିକା ମାନେ ଯୁକ୍ତ 2 ର ଖାତା ଦେଖା ନିମନ୍ତେ ରହିଲେ ଯାହା ଫଳରେ ପିଲାଙ୍କ ପାଠ ପଢ଼ା ହୋଇ ପାରିନାହିଁ ଏପଟେ 4ର୍ଥ ସେମିଷ୍ଟାର ପରୀକ୍ଷା ପାଇଁ ଟାଇମ ଟେବୁଲ ବାହାରି ଗଲାଣି,ସେଥିପାଇଁ ବ୍ରହ୍ମ ପୁର ବିଶ୍ୱ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଙ୍କ ବିଚିତ୍ର ନିତି ଉପରେ ଆଜି ପୂର୍ବାହ୍ନ ରେ ଛାତ୍ର, ଛାତ୍ରୀ ମାନେ ବିଶ୍ୱ ବିଦ୍ୟାଳୟ ଆଗରେ ଅନଶନ କରିଛନ୍ତି ପରୀକ୍ଷା ସମୟ ପରିବର୍ତ୍ତନ କରିବା ଦାବିରେ | ତେବେ ଆସନ୍ତା 4ତାରିଖ ଠାରୁ ପରୀକ୍ଷା ହେବ ବୋଲି ବିଶ୍ୱବିଦ୍ୟାଳୟ ଟାଇମ୍ ଟେବଲ ବାହାର କରିଛନ୍ତି | ତେବେ ପିଲାଙ୍କୁ ପାଠ ପଢ଼ା ନଯାଇ ପରୀକ୍ଷା କରିବା କେତେଦୂର ଯୁକ୍ତି ଯୁକ୍ତ ଅଟେ | ପିଲାମାନେ ପରୀକ୍ଷାରେ କଣ ଲେଖିବେ ଏହାର ପ୍ରତିବାଦ ରେ ପରୀକ୍ଷା ସମୟ ପରିବର୍ତ୍ତନ ନେଇ ଆଜି ପୂର୍ବାହ୍ନ ରେ ସେମାନେବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଗରେ ଅନଶନ ରେ ବସିଛନ୍ତି ଓ ଅନେକ କଲେଜ ର ଛାତ୍ରଛାତ୍ରୀ ଏହି ବିରୋଧ ରେ ସାମିଲ ହୋଇଛନ୍ତି.

Leave a Reply

Your email address will not be published. Required fields are marked *