Spread the love

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ –
ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ।

ଜାଗ୍ରତ ଭାରତ ନ୍ୟୁଜ, ଗଞ୍ଜାମ ବ୍ୟୁର,ରୂପକ ମହାନ୍ତି.
ବ୍ରହ୍ମପୁର (ଗଞ୍ଜାମ )ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର AIU- ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପମେଣ୍ଟ ସେଣ୍ଟର (AIU-AADC) ଓ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍ (AIU), ନୂଆଦିଲ୍ଲୀର ମିଳିତ ସହଯୋଗରେ ଆଜିଠାରୁ “ଶିକ୍ଷାଦାନ ଏବଂ ଅନୁସନ୍ଧାନ ପାଇଁ ଉନ୍ନତ ଆଇସିଟି ଉପକରଣ ର ଉପାଦେୟତା” ଉପରେ ଅଧ୍ୟାପକ- ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ (FDP) ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ସ୍ନାତକ ପରିଷଦର ଅଧ୍ୟକ୍ଷ, ପ୍ରଫେସର ପ୍ରତାପ କୁମାର ମହାନ୍ତି ଉଦ୍ଘାଟନ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ବହୁ ବିଶିଷ୍ଟ ଅତିଥି ଏବଂ ବକ୍ତା ଯୋଗ ଦେଇଥିଲେ। ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିସ୍ (ଏଆଇୟୁ) ର ସେକ୍ରେଟେରୀ ଜେନେରାଲ୍ ଡ. ପଙ୍କଜ ମିତ୍ତଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଆଙ୍ଗିଲା ରୁସ୍କିନ୍ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ୍, ବ୍ରିଟେନ ର ପ୍ରଫେସର ମନୋଜ ଦୋରା ଉଦ୍ଘାଟନୀ ଅଧିବେଶନର ମୂଖ୍ୟ ବକ୍ତା ଥିଲେ। AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୋଡାଲ ଅଫିସର, ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁ ଉଦଘାଟନୀ ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଚାଲିଥିବା ଏଫ୍‌ଡିପି ର ସଂଯୋଜକ ଡ. ରାଜ କିଶୋର କାମ୍ପା ଏହି ସମାରୋହର ବିଷୟବସ୍ତୁ ଏବଂ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଏଫ୍‌ଡିପିର ଯୁଗ୍ମ ସଂଯୋଜକ ଡ. ସାସ୍ୱତ ସୌରଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ 40 ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଚାଲିଥିବା FDP ରେ ଅଂଶଗ୍ରହଣ କରୁଛନ୍ତି ଯାହାକି 21 ଫେବୃଆରୀ 2023 ରେ ଶେଷ ହେବ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟି ର ଅନୁସନ୍ଧାନ ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ, ଡ. ଅମରେନ୍ଦ୍ର ପାନି, ଆଇସିଟି ଉପକରଣ (ICT tools) ଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାରେ ଉନ୍ନତି ପାଇଁ ବର୍ତମାନ ସମୟରେ ଶିକ୍ଷକ ଏବଂ ଛାତ୍ର ମାନଙ୍କ ଦ୍ୱାରା ଆଇସିଟି ଉପକରଣ ଗୁଡ଼ିକର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ |
AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମୀ ବୃନ୍ଦ ଯଥା ଡ. ବନମାଳୀ ଖୁଣ୍ଟୁଆ , ଡ. ବିଷ୍ଣୁ ଚରଣ ବେହେରା ଓ ଶ୍ରୀ ଦେସୁଲ ସୁଦର୍ଶନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ବହୁ ସହଯୋଗ କରି ଥିଲେ |

Leave a Reply

Your email address will not be published. Required fields are marked *