Spread the love

ନାରାୟଣପୁର: ଛତିଗଡ ପୋଲିସକୁ ବଡ଼ ସଫଳତା। ହିଂସା ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଅଟନ୍ତି। ପୋଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୋଲିସ କହିଛି। ତେବେ ନାରାୟଣ ପୁଲିକୁ କେବେ ମଧ୍ୟ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିଥିବା ରେକର୍ଡ ନାହିଁ। ଏହି ନକ୍ସଲମାନଙ୍କୁ ପୋଲିସ ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସୁଛି ବୋଲି ପୋଲିସ କହିଛି।ଅନ୍ୟପଟେ ପୋଲିସର ଘନ ଘନ ଚଢାଉରେ ମାଓ ସଂଗଠନ ଦୁର୍ବଳ ହୋଇପଡୁଛି। ସଂଗଠନରେ ପୂର୍ବ ଭଳି କୌଣସି ଉଦେଶ୍ୟ ଓ ଲକ୍ଷ୍ୟ ନେଇ କାମ ହେଉନଥିବା ଏହି ନକ୍ସଲମାନେ ହୃଦୟଙ୍ଗମ କରିଛନ୍ତି। ଏଥିସହ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ସଂଗଠନ ଛାଡିଥିବା ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *